ରିପୋର୍ଟ କାର୍ଡ / ପିପିଲି
ପିପିଲି ବିଧାନସଭା ଉପ ନିର୍ବାଚନ ଲାଗି ୧୭ ତାରିଖାରେ ଭୋଟ ଗ୍ରହଣ ହେବ । ନିର୍ବାଚନ ମଣ୍ଡଳୀରେ ୮ ହଜାର ୨୧୨ ଜଣ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଓ ଦିବ୍ୟାଙ୍ଗ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରୁ ୧୦୭୭ ଜଣ ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟ ଦେବାକୁ ସମ୍ମତି ପ୍ରଦାନ କରିଛନ୍ତି । ସେଥିମଧ୍ୟରୁ ଡେଲାଙ୍ଗରେ ୭୧୨ ଓ ପିପିଲିରେ ୩୬୫ ଜଣ ରହିଛନ୍ତି । ୮୦ ବର୍ଷରୁ ଊର୍ଦ୍ଧ୍ୱ ୯୦୯ ଜଣ ଓ ୧୬୮ ଜଣ ଦିବ୍ୟାଙ୍ଗ ଭୋଟର ରହିଛନ୍ତି । ୧୦୭୭ ଜଣ ମଧ୍ୟରୁ ୧୦୫୨ ଜଣ ପୋଷ୍ଟାଲ ବାଲଟ ମାଧ୍ୟମରେ ଭୋଟ୍ ଦାନ କରିଛନ୍ତି । ସୁରକ୍ଷା ବଳୟ ଓ ସିଲ୍ ମଧ୍ୟରେ ଏହି ପୋଷ୍ଟାଲ ବାଲଟ୍ ଜିଲ୍ଲା ଟ୍ରେଜେରୀରେ ସଂରକ୍ଷିତ କରି ରଖାଯାଇଛି । ୧୬ ତାରିଖ ଦିନ ଏହା ଷ୍ଟ୍ରଙ୍ଗ ରୁମକୁ ଯିବ । ଏନେଇ ପୁରୀ ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି । ମତଦାନର ୪୮ ଘଣ୍ଟା ପୂର୍ବରୁ କୌଣସି ବାଇକ୍ ରାଲି ହୋଇପାରିବ ନାହିଁ । ୩୦ଜଣ ମାଇକ୍ରୋ ଅବଜରଭରଙ୍କୁ ତାଲିମ ଦିଆଯାଇଛି । ପୋଲିଂ ପାର୍ଟି ୧୬ ତାରିଖ ସକାଳୁ ପୋଲିସ ସୁରକ୍ଷା ମଧ୍ୟରେ ନିର୍ଦ୍ଧାରିତ ସମୟରେ ନିଜ ନିଜ ପୋଲିଂ କେନ୍ଦ୍ରକୁ ଯିବେ । ସମସ୍ତ ପୋଲିଂ କର୍ମଚାରୀ କୋଭିଡ୍-୧୯ ନିର୍ଦ୍ଦେଶକୁ ଅନୁପାଳନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । କାର୍ଡ / ପିପିଲି
More Stories
ମାନ୍ନାପୁରମ୍ ରୁ ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ…..
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..
୫ ଘଣ୍ଟା ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ…..