ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପହଲଗାମ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଭାରତ ଅତି କଠୋର ପଦକ୍ଷେପ ଗ୍ରହଣ କରିଛି । ଦୁଇ ଦେଶ ମଧ୍ୟରେ ନେହେରୁ ସରକାରଙ୍କ ସମୟରେ ସ୍ବାକ୍ଷରିତ ସିନ୍ଧୁଜଳ ଚୁକ୍ତିକୁ ରଦ୍ଦ କରାଯାଇଛି । ଏହା ସହିତ ଓ୍ବାଘା-ଅଟାରୀ ସୀମାକୁ ବନ୍ଦ କରିଦିଆଯାଇଛି । ତେବେ ଏହି ସ୍ବାକ୍ଷରିତ ସିନ୍ଧୁଜଳ ଚୁକ୍ତି ରଦ୍ଦକୁ ବେନିୟମ୍ ବୋଲି କହିଛି ପାକିସ୍ତାନ। କେବଳ ସେତିକି ନୁହେଁ; ପାକିସ୍ତାନ ଏହି ପଦକ୍ଷେପକୁ ଆଇନଗତ ଭାବରେ ଚ୍ୟାଲେଞ୍ଜ କରିବ ବୋଲି ମଧ୍ୟ ପ୍ରତିକ୍ରିୟା ରଖି କହିଛି। ପାକିସ୍ତାନ କହିଛି କି ଭାରତ ଏକପାଖିଆ ଭାବରେ ବିଶ୍ୱ ବ୍ୟାଙ୍କ ଭଳି ଗ୍ଲୋବାଲ୍ ସଂଗଠନଗୁଡ଼ିକ ଜଡିତ ଥିବା ଏକ ଚୁକ୍ତିରୁ ବାହାରି ପାରିବ ନାହିଁ। ଭାରତର ଏହା ଏକ କାପୁରୁଷତା ଓ ବେନିୟମ୍ କାର୍ଯ୍ୟକଳାପ ବୋଲି କହିଛି ପାକ୍। ପ୍ରତ୍ୟେକ ବୁନ୍ଦାରେ ଆମର ଅଧିକାର ରହିଛି ଓ ଆମେ ସଂପୂର୍ଣ୍ଣ ଶକ୍ତି ପ୍ରୟୋଗ କରି ଏହାର ମୁକାବିଲା କରିବୁ ବୋଲି ପାକିସ୍ତାନର ଶକ୍ତି ମନ୍ତ୍ରୀ ଅବୈସ ଲେଘାରି ଏକ ‘ଏକ୍ସ’ ପୋଷ୍ଟ୍ରେ କହିଛନ୍ତି। ବୁଧବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି (ସିସିଏସ) ପରେ ସରକାର ସିନ୍ଧୁଜଳ ଚୁକ୍ତି ରଦ୍ଦ ନିଷ୍ପତ୍ତି ନେଇଛନ୍ତି । ବୈଠକ ପରେ କେନ୍ଦ୍ର ବୈଦେଶିକ ସଚିବ ବିକ୍ରମ ମିସ୍ରି ସରକାରଙ୍କ ନିଷ୍ପତ୍ତି ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସିସିଏସ ବୈଠକରେ ନିଆଯାଇଥିବା ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସରକାର ପାକିସ୍ତାନୀ ନାଗରିକମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କର ଭିସା ବାତିଲ କରାଯାଇଛି।






More Stories
ଦିଲ୍ଲୀରେ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…..
କିଭ୍ ଉପରେ ରୁଷ୍ର ଆକ୍ରମଣ; ୩୦ମୃତ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ;ଓଡ଼ିଶାକୁ ଆଲର୍ଟ…..