ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି | ଏହାକୁ ଦୃଷ୍ଟିରେ ରଖି କଳା ଭୂମି, ଆଦିବାସୀ ସଂଗ୍ରହାଳୟ ଏବଂ ଭୁବନେଶ୍ୱରର ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ବନ୍ଦ କରାଯାଇଛି। ଭୁବନେଶ୍ୱର ଆଚାର୍ଯ୍ୟ ବିହାରରେ ଥିବା ପ୍ଲାନେଟୋରିୟମ୍ ଏପ୍ରିଲ୍ ୨୦ ଏବଂ ସିଆରପିଏଫ ସ୍କୋୟାର ସ୍ଥିତି ଆଦିବାସୀ ସଂଗ୍ରହାଳୟ ଦର୍ଶକ ମାନଙ୍କ ଲାଗି ଏପ୍ରିଲ ୨୬ରେ ବନ୍ଦ କରାଯାଇଥିଲା। ପ୍ଲାନେଟୋରିୟମର ଡେପୁଟି ଡାଇରେକ୍ଟର ଶୁଭେନ୍ଦୁ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ମେ ୧ ରୁ ଭର୍ଚୁଆଲ୍ ଶୋ ଯୋଜନା କରାଯାଉଛି। ଦର୍ଶକ ମାନେ www.ostm.in ୱେବସାଇଟ୍ ମାଧ୍ୟମରେ ଓଡିଶାର ଆଦିବାସୀମାନଙ୍କ ସଂସ୍କୃତି ଏବଂ ଜୀବନଶୈଳୀ ସମ୍ପର୍କରେ ମଧ୍ୟ ସୂଚନା ପାଇପାରିବେ।
More Stories
ଡ୍ରାଇଭର ସଂଘ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ…..
ପୁଣି ଥରେ ଓଡ଼ିଶା ଭାଜପାର ରାଜ୍ୟ ସଭାପତି ମନମୋହନ……
ବିଏମ୍ସି ଅତିରିକ୍ତ ଆୟୁକ୍ତଙ୍କୁ ମାଡ଼ ଘଟଣା: ଅଦାଲତରେ ଦାଖଲ ହେଲା କେସ୍ ଡାଏରୀ…..