Report Card Odisha

| Daily Odia News

ନୀତି ଆୟୋଗ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାଜୀବ କୁମାର…..

New Delhi, Apr 11 (ANI): Vice-Chairman NITI Aayog, Dr. Rajiv Kumar addressing at the release of the State Energy & Climate Index-Round I, in New Delhi on Monday. (ANI Photo/ PIB)

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନୀତି ଆୟୋଗ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ରାଜୀବ କୁମାର । ରାଜୀବ କୁମାର ଏହି ପଦବୀରେ ବହୁ ବର୍ଷ ରହିଥିଲେ । ବର୍ତ୍ତମାନ ଏହି ସ୍ଥାନରେ  ଡଃ ସୁମନ କେ ବେରୀଙ୍କୁ ନୀତି ଆୟୋଗର ଡେପୁଟି ଚେୟାରମ୍ୟାନ୍ ଦାୟିତ୍ୱ ଦିଆଯାଇଛି । ସୁମନ କେ ବେରୀ ମେ ପହିଲାରୁ ନୀତି ଆୟୋଗର ଡେପୁଟି ଚେୟାରମ୍ୟାନ୍ ଭାବରେ ଦାୟିତ୍ୱ ଗ୍ରହଣ କରିବେ । ତେବେ ରାଜୀବ କୁମାରଙ୍କ ଇସ୍ତଫା ଦେବାର କାରଣ କଣ ତାହା ଏଯାଏଁ ସ୍ପଷ୍ଟ ହୋଇନି । ରାଜୀବ କୁମାର ନୀତି ଆୟୋଗର ଦ୍ୱିତୀୟ ଡେପୁଟି ଚେୟାରମ୍ୟାନ୍ ଥିଲେ । ୨୦୧୪ରେ ପ୍ରଥମ ଥର କ୍ଷମତାକୁ ଆସିବା ପରେ ମୋଦି ସରକାର ଯୋଜନା ଆୟୋଗର ନାମ ନୀତି ଆୟୋଗ ନାମରେ ନାମିତ କରିଛନ୍ତି । ରାଜୀବ କୁମାର ସେପ୍ଟେମ୍ବର ୨୦୧୭ଠାରୁ ସରକାରଙ୍କ ଥିଙ୍କ ଟ୍ୟାଙ୍କର ଭିସି ଅଛନ୍ତି । ଏଥିସହ, ସେ ଗୋଖଲେ ଇନଷ୍ଟିଚ୍ୟୁଟ୍ ଅଫ୍ ପଲିଟିକ୍ସ ଆଣ୍ଡ ଇକୋନୋମିକ୍ସର କୁଳପତି, ପୁଣେ ଏବଂ ଲକ୍ଷ୍ନୌର ଗିରି ଇନଷ୍ଟିଚ୍ୟୁଟ୍ ଅଫ୍ ଡେଭଲପମେଣ୍ଟ ଷ୍ଟଡିଜ୍ ଅଫ୍ ଗଭର୍ନର୍ସ ବୋର୍ଡର ଚେୟାରମ୍ୟାନ୍ ଅଟନ୍ତି । ସେ ୨୦୦୪-୨୦୦୬ରୁ କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (CII) ଏବଂ ୨୦୧୧-୨୦୧୩ ମଧ୍ୟରେ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବରସ୍ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (FICCI) ର ମୁଖ୍ୟ ଅର୍ଥନୀତିଜ୍ଞ ଥିଲେ । ସେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ସେଣ୍ଟ୍ରାଲ ବୋର୍ଡ ଏବଂ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ରେ ଦୁଇଟି ପଦବୀରେ କାର୍ଯ୍ୟ କରିଛନ୍ତି ।

 

Breaking News