ରିପୋର୍ଟ କାର୍ଡ / ଭୁବନେଶ୍ୱର
ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି | ବିଜେପି ଉପରେ ବର୍ଷୀଛି ବିଜେଡି | ଆଜି ସାମ୍ବାଦିକ ସମ୍ମିଳନୀ କରି ବିଜେଡ଼ି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ୍ ପାତ୍ର ଓ ବିଜେଡ଼ି ମୁଖପାତ୍ର ଶ୍ରୀମୟୀ ମିଶ୍ର କମ୍ପିଛନ୍ତି । କହିଛନ୍ତି ଯେ ଦିଲ୍ଲୀ ଦରବାରକୁ ସାଂସଦମାନଙ୍କୁ ନିର୍ବାଚିତ କରି ପଠେଇଲା ବିଜେପି। କିନ୍ତୁ ବିଜେପି ସାଂସଦ ଓଡ଼ିଶା ଲୋକଙ୍କ ସହ ଖେଳିଲେ। ଲୋକଙ୍କ ହକ୍ର ଘର ଅଟକେଇ ଦେଲେ। ହିତାଧିକାରୀଙ୍କ ପାଇଁ ଷଡଯନ୍ତ୍ର କଲେ ବିଜେପି ସାଂସଦ। ମୁଣ୍ଡ ଉପରେ ଛାତ ପ୍ରତି ଲୋକର ଆବଶ୍ୟକତା, କିନ୍ତୁ ସେମାନଙ୍କୁ ମିଳୁନାହିଁ। ଆମର ଆବଶ୍ୟକ ୧୫ ଲକ୍ଷ ଘର। ଷଡଯନ୍ତ୍ର କରି ବିଜେପି ସାଂସଦମାନେ କେନ୍ଦ୍ରରେ କହି ମାତ୍ର ୮ ଲକ୍ଷ୍ୟ ଘର ଦେଲେ ଆଉ ସବୁ ଅଟକେଇ ଦେଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥାଏ। କେନ୍ଦ୍ର ସରକାର ଭିତିରିଆ ନିଷ୍ପତ୍ତି କରିଛନ୍ତି ଆଉ ଘର ଓଡ଼ିଶାକୁ ଦେବେ ନାହିଁ। ବନ୍ଦ କରିଦେବେ ଯୋଜନା। କିନ୍ତୁ ଆମେ କହୁଛୁ କେନ୍ଦ୍ର ଘର ନଦେଲେ ଓଡ଼ିଶାର ଯୋଗ୍ୟ ହିତାଧିକାରୀଙ୍କୁ ୧୫ ଲକ୍ଷ୍ୟ ଘର ମୁଖ୍ୟମନ୍ତ୍ରୀ ଦେବେ।






More Stories
୯ ପୋଲିସ ଅଧିକାରୀ ପାଇବେ ଫାଶୀ…..
କାଲିଠୁ ମହଙ୍ଗା ହେବ ବିମାନଯାତ୍ରା…..
ନବୀନଙ୍କୁ ଟାର୍ଗେଟ୍ କଲେ ମନମୋହନ…..