Report Card Odisha

| Daily Odia News

ଭାରତୀୟ ମହିଳା ହକି ଦଳକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଶୁକ୍ରବାର ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ଚତୁର୍ଥ ସ୍ଥାନରେ ରହିବା ପରେ ଟୁଇଟ୍ କରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଟୁଇଟରରେ ଲେଖିଛନ୍ତି, ଭାରତୀୟ ମହିଳା ହକି ଟିମ୍ ଅଳ୍ପକେ ପଦକରୁ ବଞ୍ଚିତ ହୋଇଛି । କିନ୍ତୁ ସେମାନେ ଯେଉଁଭଳି ଲଢ଼ୁଆ ଖେଳ ପ୍ରଦର୍ଶନ କରିଛନ୍ତି, ସାରା ଦେଶ ସେମାନଙ୍କ ପାଇଁ ଗର୍ବିତ । ସବୁ ଦିନ ମନେ ରହିବ ଭାରତୀୟ ମହିଳା ହକି ଟିମର ପ୍ରଦର୍ଶନ। ସେମାନେ ଚମତ୍କାର ଖେଳ ପ୍ରଦର୍ଶନ କରିଛନ୍ତି। ଟିମ୍ ଇଣ୍ଡିଆର ପ୍ରତ୍ୟେକ ଖେଳାଳି ଭଲ ପ୍ରଦର୍ଶନ କରିଛନ୍ତି। ସେମାନଙ୍କ ପ୍ରଦର୍ଶନ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ। ଏହା ନୂଆ ଭାରତର ସ୍ପିରିଟକୁ ଦର୍ଶାଉଛି ।ସେହିପରି ମହିଳା ହକି ଦଳ ଚତୁର୍ଥ ସ୍ଥାନରେ ରହିବା ପରେ ମହିଳା ହକି ଟିମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି। ଟୋକିଓରେ ମହିଳା ହକି ଦଳର ଲଢ଼ୁଆ ପ୍ରଦର୍ଶନ ପରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଲଢ଼ୁଆ ପ୍ରଦର୍ଶନ ଜାରି ରଖିବାକୁ ଓ ଆଗାମୀ ପୀଢ଼ିକୁ ପ୍ରେରଣା ଦେବାକୁ ଶୁଭେଛା ବାର୍ତ୍ତାରେ ଟୁଇଟ୍ କରି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ। ଏହାଛଡ଼ା ସେ ସମସ୍ତ ଖେଳାଳିଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।

Breaking News