ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବଲିଉଡ୍ ଭେଟେରାନ୍ ଅଭିନେତା ମନୋଜ କୁମାରଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କହିଛନ୍ତି ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ମନୋଜଙ୍କ ଦେହାନ୍ତରେ ମୁଁ ଦୁଃଖିତ। ଭାରତୀୟ ସିନେମାର ଆଇକନ୍ , ଦେଶାତ୍ମକ ଚିନ୍ତାଧାରା ପାଇଁ ସେ ପରିଚିତ। ତାଙ୍କ କାର୍ଯ୍ୟ ଜାତୀୟ ଭାବନାକୁ ପ୍ରଜ୍ବଳିତ କରିଥିଲା। ଏବଂ ସର୍ବଦା ପ୍ରେରଣା ଦେବ । ମନୋଜ କୁମାରଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ସେପଟେ ମନୋଜ କୁମାରଙ୍କ ଦେହାନ୍ତରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। କହିଛନ୍ତି ଅଭିନେତା ଓ ନିର୍ଦେଶକ ମନୋଜଙ୍କ ଦେହାନ୍ତଙ୍କ ମୁଁ ଗଭୀର ମର୍ମାହତ। ଭାରତୀୟ ସିନେମାରେ ତାଙ୍କ ଅବଦାନକୁ ଭାରତ କୁମାର ଭାବେ ସ୍ମରଣ କରିବେ। ପରିବାର ଏବଂ ପ୍ରଶଂସକ ମାନଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।






More Stories
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ଆଜି ସାରା ଦେଶରେ ଔଷଧ ଦୋକାନ ବନ୍ଦ…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..