ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ୨୦୨୧ ର ୯ମ କିସ୍ତିର ଟଙ୍କା ଚାଷୀଙ୍କ ଖାତାକୁ ପଠାଇଛନ୍ତି | ଏହି ଯୋଜନା ସହିତ ଜଡିତ ୯.୭୫ କୋଟିରୁ ଅଧିକ ହିତାଧିକାରୀ ଚାଷୀଙ୍କୁ ୧୯ ହଜାର ୫୦୦ କୋଟି ଟଙ୍କା ହସ୍ତାନ୍ତର ବାସହ ଚାଷୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । PM Kisan Yojana ମାଧ୍ୟମରେ କୃଷକମାନଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ। ଏହି ସହାୟତା କୃଷକମାନଙ୍କୁ ତିନୋଟି କିସ୍ତିରେ ପ୍ରଦାନ କରାଯାଏ। ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏହି କିସ୍ତିଗୁଡ଼ିକୁ ଡିବିଟି ଅଧୀନରେ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରନ୍ତି। ଏହି ଯୋଜନା ଅଧୀନରେ ଓଡ଼ିଶାର ୨୯ ଲକ୍ଷ ୪୪ ହଜାର ୯୪୮ ଜଣ ହିତାଧିକାରୀଙ୍କୁ ମୋଟ ୫୮୮ କୋଟି ୯୯ ଲକ୍ଷ ୬୮ ହଜାର ଟଙ୍କା ହସ୍ତାନ୍ତର କରାଯାଇଛି ।
Discussion about this post