ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷ-ୟୁକ୍ରେନର ଯୁଦ୍ଧର ଆଜି ପଞ୍ଚମ ଦିନରେ ପହଞ୍ଚିଛି । ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ସରକ | ଆଜି ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚ ସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି। ବୈଠକରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ଥିବା ସହ ରୁଷ-ୟୁକ୍ରେନ ଯୁଦ୍ଧ ପରିସ୍ଥିତିକୁ ନେଇ ଆଲୋଚନା କରାଯାଉଛି। ବୈଠକରେ ୟୁକ୍ରେନ୍ ପଡୋଶୀ ଦେଶକୁ ୪ କେନ୍ଦ୍ରମନ୍ତ୍ରୀ ଗସ୍ତ କରିବେ ବୋଲି ଜଣାପଡିଛି। କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ,ହରଦୀପ ସିଂ ପୁରୀ, କିରଣ ରିଜିଜୁ,ଜେନେରାଲ ଭି.କେ ସିଂହ ପଡୋଶୀ ରାଷ୍ଟ୍ରକୁ ଛାତ୍ରଛାତ୍ରୀଙ୍କ ସାହାଯ୍ୟ କରିବା ପାଇଁ ଗସ୍ତ କରିବେ। ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ବଡ ଯୋଜନା କରାଯାଉଛି। ଏହାସହ ୟୁକ୍ରେନ୍ ରୁ ଭାରତୀୟଙ୍କୁ ଉଦ୍ଧାର ପ୍ରକ୍ରିୟା ଆହରୁ ତ୍ୱରାନ୍ୱିତ କରାଯିବ। ‘ମିଶନ ଗଙ୍ଗା ଜରିଆରେ’ ଛାତ୍ରଛାତ୍ରୀଙ୍କୁ ସ୍ୱଦେଶ ଅଣାଯାଉଛି। ୟୁକ୍ରେନ ପସଙ୍ଗକୁ ନେଇ ଏହା ପ୍ରଧାନମନ୍ତ୍ରୀଙ୍କ ଚତୁର୍ଥ ବୈଠକ। ସୂଚନା ଯୋଗ୍ୟ, ୟୁକ୍ରେନ ଗତ ୪ ଦିନ ଧରି କିଭ୍ ସୀମାରେ ରୁଷକୁ ଅଟକାଇ ରଖିଛି। ଏହାମଧ୍ୟ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି,ଆଗାମୀ ୨୪ ଘଣ୍ଟା ୟୁକ୍ରେନ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ। ଜି-୭ ନେତା ୟୁକ୍ରେନର ବିଦେଶ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ସେମାନଙ୍କ କହିବାନୁଯାୟୀ, ରୁଷ ବିରୋଧରେ ଲଢେଇରେ ସମସ୍ତ ଦେଶ ୟୁକ୍ରେନର ସମର୍ଥ ଜାରି ରଖିବେ। ରୁଷର ଆକ୍ରମଣରେ ୟୁକ୍ରେନର ପ୍ରାୟ ୩୫୨ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୪ ଶିଶୁ ସାମିଲ ଥିଲେ ବୋଲି ସୂଚନା ମିଳିଛି।
More Stories
ତୁମ ବାପା ମୋ ସହ କାମ କରିଛନ୍ତି,ଚୁପ୍ ହୋଇ ନିଜ ଜାଗାରେ ବସ….
ମହାକୁମ୍ଭରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ…..
ଅମିତ ଶାହଙ୍କ”ଗୁଣ୍ଡାରାଜ”,ଆପ୍ କର୍ମୀମାନଙ୍କୁ ଆକ୍ରମଣ….