ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ | ପରିବେଶକୁ ସନ୍ତୁଳିତ ରଖିବା ପାଇଁ ଜୈବ ଇନ୍ଧନର ବ୍ୟବହାରକୁ ପ୍ରୋତ୍ସାହନ ଥିମ୍ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ୨୦୨୦-୨୫ ମଧ୍ୟରେ ଦେଶରେ ଇଥେନାଲ୍ ବ୍ୟବହାରକୁ ନେଇ ଏକ ରୋଡମ୍ୟାପ୍ ଜାରି ହୋଇଛି। ପେଟ୍ରୋଲ କମ୍ପାନି ଗୁଡିକୁ ଇଥେନାଲ୍ ମିଶ୍ରିତ ପେଟ୍ରୋଲ ବିକ୍ରି କରିବା ନେଇ ନିର୍ଦ୍ଦେଶ ହୋଇଛି। ଏହି ଅବସରରେ ମହାରାଷ୍ଟ୍ରର ପୁଣେରେ E-100 ଇଥାନଲ ଉତ୍ପାଦନ ପାଇଲଟ୍ ପ୍ରୋଜେର ଶୁଭ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ। ୨୦୨୩ ଏପ୍ରିଲ ସୁଦ୍ଧା ଭାରତର ତୈଳ କମ୍ପାନି BIS ଦ୍ୱାରା ନିର୍ଦ୍ଧାରିତ ଇଥେନାଲ୍ ମିଶ୍ରିତ ପେଟ୍ରୋଲ ବିକ୍ରି କରିବେ। ତୈଳ ଚାହିଦା ଓ ଇଥନେଲ୍ ଉତ୍ପାଦନ ଉପରେ ଏହାର ଭଲ ପ୍ରଭାବ ପଡ଼ିବ। ଆଜିର ଏହି କାର୍ଯ୍ୟକ୍ରମକୁ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ଏବଂ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ କରାଯାଇଥିଲା।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….