ରିପୋର୍ଟ କାର୍ଡ / କୋଲକତା
ଆଜି ପ୍ରଧାନମନ୍ତ୍ରୀ ମୋଦି ସିଲିଗୁଡ଼ି ନିର୍ବାଚନ ସଭାରେ ଦିିଦି ଓ ଦିଦି ସ୍ଲୋଗାନ୍ ଦେଇଛନ୍ତି । ତାହା ପୁଣି ୫ ଭିନ୍ନ ପ୍ରକାର ସ୍ୱରରେ। ଦିଦି ଓ ଦିଦି କହିବା କ୍ଷଣି ସଭାରେ ଉପସ୍ଥିତ ଥିବା ଲୋକେ ଏହାକୁ ବିପୁଳ ମାତ୍ରାରେ ସମର୍ଥନ କରିଥିଲେ। ଚଳିତ ପଶ୍ଚିମବଙ୍ଗ ନିର୍ବାଚନରେ ଦିଦି ଓ ଦିଦି ଡକରା ବେଶ୍ ଚର୍ଚ୍ଚାରେ ରହିଛି । ସେପେଟ କୁଚ୍ ବିହାରରେ ୪ ଜଣଙ୍କ ମୃତ୍ୟୁକୁ ନେଇ ଆରମ୍ଭ ହୋଇଛି ରାଜନୀତି। ମୃତକ ମାନେ ଟିଏମସି କର୍ମୀ ଥିଲେ ବୋଲି ସୂଚନା ମିଳିଛି। ଭୋଟ୍ ଦେବାକୁ ଆସିବା ବେଳେ ସିଆର୍ପିଏଫ୍ ଏମାନଙ୍କୁ ଗୁଳି ମାରିଥିବା ଅଭିଯୋଗ କରିଛନ୍ତି ମମତା ବାନାର୍ଜୀ। ନିର୍ବାଚନୀ ପ୍ରଚାର ବେଳେ ସିଧାସଳଖ ଗୃହମନ୍ତ୍ରୀଙ୍କୁ ଟାଗେର୍ଟ କରିଛନ୍ତି ମମତା । ଭୋଟ୍ ଦେବାକୁ ଲୋକେ ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ସେପଟେ ଏହି ଘଟଣାକୁ ନେଇ ପାଲଟା ଟିଏମସିକୁ ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି କି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି। ବିଜେପି ସମର୍ଥନରେ ଲୋକଙ୍କ ଆକୁଣ୍ଠ ସମର୍ଥନ ଦେଖି ମମତା ଦିଦିଙ୍କ ଗୁଣ୍ଡା ମାନେ ଏପରି କରିଛନ୍ତି। ନିର୍ବାଚନ କମିଶନ ମାମଲାରେ ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୋଦି ଦାବି କରିଛନ୍ତି।
More Stories
ଓଡ଼ିଶାରେ ପୁରୀ ସମେତ ଏସବୁ ସ୍ଥାନକୁୁ ସର୍ତକ ସୂଚନା…..
ଉଭୟ ଭାରତ-ପାକିସ୍ତାନ ସଂଯମତା ରଖନ୍ତୁ….
ପ୍ରଚୁର ଔଷଧ ମହଜୁଦ୍ ରଖ…..