ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ବୈଠକରେ ଅଧ୍ୟକ୍ଷତା କରି ଉତ୍ତାପ ପାଇଁ ସମୀକ୍ଷା କରିଛନ୍ତି। ଦେଶର ଅଧିକାଂଶ ଭାଗରେ ବିଶେଷ ଭାବରେ ଅଧିକ ତାପମାତ୍ରା ହେବାର ସମ୍ଭାବନା ରହିଛି। କେନ୍ଦ୍ରୀୟ ଭାରତ ଏବଂ ପଶ୍ଚିମ ଉପଦ୍ୱୀପ ଭାରତ ଉପରେ ସମ୍ଭାବନା ରହିଥିବାରୁ ତାହାର ପ୍ରତିକାର ପାଇଁ ମୋଦୀ ସମୀକ୍ଷା କରିଛନ୍ତି। ବିଶେଷ କରି ଭାରତ ଓ ପଶ୍ଚିମ ଭାରତରେ ଅଧିକ ଗ୍ରୀଷ୍ମପ୍ରବାହ ଆଶଙ୍କା ସହିତ ଏପ୍ରିଲରୁ ଜୁନ୍, ୨୦୨୪ ପର୍ଯ୍ୟନ୍ତ ତାପମାତ୍ରାର ସାମ୍ଭବ୍ୟ ସ୍ଥିତି ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ଅତ୍ୟାବଷ୍ୟକ ଔଷଧ, ସାଲାଇନ୍, ଆଇସ୍ ପ୍ୟାକ୍, ଓଆର୍ଏସ୍ ଓ ପାନୀୟ ଜଳ ଆଦିକୁ ନେଇ ସ୍ବାସ୍ଥ୍ୟ କ୍ଷେତ୍ରରେ ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା। ଦେଶରେ ତାତି ବଢ଼ୁଥିବା ବେଳେ ଗ୍ରୀଷ୍ମ ପ୍ରବାହକୁ ନେଇ ସମୀକ୍ଷା ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏପ୍ରିଲରୁ ଜୁନ୍ ମାସ ପର୍ଯ୍ୟନ୍ତ ଦେଶରେ କ’ଣ ରହିବ ଗ୍ରୀଷ୍ମ ପ୍ରବାହର ସ୍ଥିତି ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି । ଗ୍ରୀଷ୍ମ ପ୍ରବାହ ସହ ଅଂଶୁଘାତର ମୁକାବିଲା ନେଇ ଏହି ବୈଠକରେ ଆଲୋଚନା ହୋଇଛି । ରାଜ୍ୟରୁ ଆରମ୍ଭ କରି ଜିଲ୍ଲା ସ୍ତରରେ ସମନ୍ୱୟ ରକ୍ଷା କରି ଖରାତାତିରୁ ମୁକାବିଲା ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଗୃହ ସଚିବ, ଆଇଏମଡି ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ ଏହିି ସମୀକ୍ଷା ବୈଠକରେ ସାମିଲ ହୋଇଛନ୍ତି ।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..