Report Card Odisha

| Daily Odia News

ବାତ୍ୟା ୟାସ୍ ମୁକାବିଲା ପ୍ରସ୍ତୁତିର ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବାତ୍ୟା ୟାସ୍ କୁ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି ଏହି ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ବରିଷ୍ଠ ମନ୍ତ୍ରୀ ଓ ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବମାନେ ମଧ୍ୟ ଉପସ୍ଥିତ ଥିଲେ। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଟେଲିକମ୍, ଶକ୍ତି, ବେସାମରିକ ବିମାନ ମନ୍ତ୍ରାଳୟ, ଆର୍ଥ ସାଇନ୍ସ ବିଭାଗର ସଚିବଙ୍କ ସହିତ ବାତ୍ୟା ପରବର୍ତ୍ତୀ ସ୍ଥିତିକୁ କେମିତି ମୁକାବିଲା କରାଯିବ, ସେ ସଂପର୍କରେ ମୋଦି ଆଲୋଚନା କରିଛନ୍ତି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତର ରୂପ ନେବ। ଦିନକ ପରେ ଏହା ଆହୁରି ଘନୀଭୂତ ହୋଇ ଆସନ୍ତକାଲି ବାତ୍ୟାରେ ପରିଣତ ହେବ। ଏହି ବାତ୍ୟା ୨୬ ତାରିଖରେ ଓଡ଼ିଶାର ଉତ୍ତର ଉପକୂଳ, ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ଅଛି। ୱେଲ୍‌ ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇଛି। ବଙ୍ଗୋପସାଗରର ଲଘୁଚାପ ଆସନ୍ତା ୬ ଘଣ୍ଟା ଭିତରେ ଏହା ଅବପାତ ବା ଡିପ୍ରେସନରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଅବପାତ ଉତ୍ତର, ଉତ୍ତର ପଶ୍ଚିମ ଦିଗରେ ଗତି କରିବ ପରେ ଆହୁରି ଘନୀଭୂତ ହୋଇ ଆସନ୍ତାକାଲି ବାତ୍ୟାରେ ପରିଣତ ହେବ। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଭେରି ସିଭିୟର ସାଇକ୍ଳୋନିକ୍ ଷ୍ଟର୍ମରେ ପରିଣତ ହେବ ବୋଲି ପୂର୍ବାନୁମାନ କରାଯାଇଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ୨୬ ତାରିଖରେ ଅତି ଭୀଷଣ ବାତ୍ୟା ଭାବେ ଏହା ଉପକୂଳ ଅତିକ୍ରମ କରିବ।

Breaking News