Report Card Odisha

| Daily Odia News

‘ୱାଇନ୍‌ ଚିୟର୍ସ’ କଲେ ମୋଦୀ ଓ ବାଇଡେନ୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ହ୍ବାଇଟ୍‌ ହାଉସ୍‌ରେ ଆୟୋଜିତ ‘ଷ୍ଟେଟ୍‌ ଡିନର୍‌’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଓ ରାଷ୍ଟ୍ରପତି ବାଇଡେନ୍‌  ମଦ ଗ୍ଲାସ୍‌ ଉଠାଇ ପରସ୍ପରକୁ ‘ଚିୟର୍ସ’ କରିଥିଲେ।କିନ୍ତୁ, ଉଭୟ ନେତା ମଦ୍ୟପାନ କରୁ ନ ଥିବାରୁ ସେମାନଙ୍କ ପାଇଁ ‘ନିଶା’ ବା ‘ଆଲ୍‌କ୍‌ହଲ୍‌’ ମିଶି ନ ଥିବା ମଦ ବରାଦ କରାଯାଇଥିଲା । ଏହି ମଦ ଆସିଥିଲା ନାପା ଉପତ୍ୟକାରେ ରାଜ୍‌ ପଟେଲ୍‌ଙ୍କ ମାଲିକାନାରେ ଥିବା ‘ୱାଇନେରି’ରୁ। ‘ଷ୍ଟେଟ୍‌ ଡିନର୍‌’ ପାଇଁ ‘ପଟେଲ୍‌ ୱାଇନ୍‌ସ୍‌’ରୁ ‘ରେଡ୍‌ ୱାଇନ୍‌’ ଯୋଗାଇ ଦେବା ଲାଗି ହ୍ବାଇଟ୍‌ ହାଉସ୍‌ ରାଜ୍‌ ପଟେଲ୍‌ଙ୍କୁ କହିଥିଲା । ଆମେରିକୀୟ ପ୍ରଥା ଅନୁସାରେ, ଭୋଜି ଶେଷରେ ସୁସ୍ବାସ୍ଥ୍ୟ, ସୁଖ-ସମୃଦ୍ଧି କାମନା କରି ପିଇବା ଆଗରୁ ପରସ୍ପରର ମଦ ଗ୍ଲାସ୍‌କୁ ଛୁଆଇଁ ‘ଚିୟର୍ସ’ ବା ‘ଟୋଷ୍ଟ୍‌ ରେଜିଙ୍ଗ୍‌’ କରିବାର ବିଧି ଅଛି। ଏହି ଅବସରରେ, ସମବେତ ୪୦୦ ମାନ୍ୟଗଣ୍ୟ ଅତିଥିଙ୍କ ଆଗରେ ରାଷ୍ଟ୍ରପତି ବାଇଡେନ୍‌ ତାଙ୍କ ଜେଜେ ଏମ୍ବ୍ରୋଜ୍‌ ଫିନିଗାନ୍‌ଙ୍କ ଉପଦେଶ ମନେପକାଇ କହିଲେ, ମୋର ଜେଜେ କହୁଥିଲେ, ଯଦି ତୁମକୁ କାହାର ସ୍ବାସ୍ଥ୍ୟ, ସୁଖ ଓ ସଫଳତା କାମନା କରି ‘ନିଶା’ ବା ‘ଆଲ୍‌ହଲ୍‌’ରହିତ ସୁରାପାତ୍ର ଧରି ଅନ୍ୟମାନଙ୍କ ଗହଣରେ ପିଇବାକୁ ହୁଏ ତେବେ, ତୁମେ ବାମହସ୍ତରେ ସୁରାପାତ୍ର ବା ଗ୍ଲାସ୍‌ ଉଠାଇ ‘ଚିୟର୍ସ’ କର। ଆପଣମାନେ ଭାବୁଥିବ‌େ ମୁଁ ମଜାକ୍‌ କରୁଛି। ତା’ ନୁହେଁ। ବାଇଡେନ୍‌ ଇଂରାଜୀ ଭାଷାରେ କହିଥିବା ଉକ୍ତ କଥାକୁ ଜଣେ ଦ୍ବିଭାଷୀ ହିନ୍ଦୀରେ କହିବା ପରେ ଉପସ୍ଥିତ ଅତିଥିମାନଙ୍କ ମଧ୍ୟରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା।

Breaking News