ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନସିଂ ଜରିଆରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ କଥା ହୋଇଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଗତ ୪ ବର୍ଷ ମଧ୍ୟରେ ପ୍ରାୟ ସମସ୍ତ ଆଶାୟୀ ଜିଲ୍ଲାରେ ଧନ-ଜନ ଖାତା ମାଧ୍ୟମରେ ୪ରୁ ୫ ଗୁଣା ବୃଦ୍ଧି ହୋଇଛି । ପ୍ରାୟ ସବୁ ପରିବାରକୁ ଶୌଚାଳୟ ମିଳିଛି ଓ ସବୁ ଗାଁକୁ ବିଜୁଳି ପହଞ୍ଚିଛି । କେବଳ ଗରିବ ପରିବାରକୁ ବିଜୁଳି ପହଞ୍ଚି ନାହିଁ ବରଂ ଏହା ଲୋକଙ୍କ ଜୀବନରେ ଶକ୍ତି ସଂଚାର କରିଛି । ଏବେ ସମସ୍ତ ଆଶାୟି ଜିଲ୍ଲା ଦେଶକୁ ଆଗକୁ ବଢିବାର ଅବରୋଧକୁ ସମାପ୍ତ କରିଛି । ଆପଣମାନଙ୍କ ପ୍ରୟାସ ଯୋଗୁ ଆଜି ଆଶାୟୀ ଜିଲ୍ଲା ଗତିରୋଧକ ପରିବର୍ତ୍ତେ ଗତିବର୍ଦ୍ଧକ ପାଲଟି ଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, କେନ୍ଦ୍ର, ରାଜ୍ୟ ଏବଂ ସ୍ଥାନୀୟ ପ୍ରଶାସନର ଟିମ ୱାର୍କ ଆକାଂକ୍ଷୀ ଜିଲ୍ଲା ଗୁଡିକରେ ଭଲ ପରିମାଣ ଆଣିଛି । ଦେଶର ବିକାଶରେ ଥିବା ପ୍ରତିବନ୍ଧକ ଦୂର କରିଥିବାରୁ ଆକାଂକ୍ଷା ଜିଲ୍ଲା ଗୁଡିକକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଶାଂସ କରିଛନ୍ତି। କହିଛନ୍ତି, ‘ଯେତେବେଳେ ଅନ୍ୟର ଆକାଂକ୍ଷା, ନିଜର ଆକାଂକ୍ଷା ହୋଇଯାଏ । ଯେତେବେଳେ ଅନ୍ୟର ସ୍ୱପ୍ନ ପୂରଣ କରିବା ନିଜ ସଫଳତାର ମାନଦଣ୍ଡ ହୁଏ, ସେହି ରାସ୍ତା ଇତିହାସ ରଚିଥାଏ । ଆଜି ଆମେ ଦେଶର ଆକାଂକ୍ଷା ଜିଲ୍ଲା ଗୁଡିକ ଇତିହାସ ହେଉଥିବା ଦେଖିଛୁ । ଆଜି ଆକାଂକ୍ଷା ଜିଲ୍ଲା ଗୁଡିକ ଦେଶର ବିକାଶରେ ଥିବା ବାଧାକୁ ଶେଷ କରିଛନ୍ତି’ । ସୁଶାସନରେ ଜିଲ୍ଲା ପ୍ରଶାସନର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବର୍ତ୍ତମାନର ସରକାର ଯୋଜନା ଗୁଡିକୁ ଭଲ ଭାବରେ ଲାଗୁ କରିବାରେ ସାହାଯ୍ୟ କରୁଛି। ଏହାସହ ଅଧିକାରୀଙ୍କୁ ନିଜ ନିଜ ଜିଲ୍ଲାରେ ନରୀକ୍ଷଣ ପାଇଁ ବସ୍ତୃତ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି। ଏହାସହ ଚାକିରିର ପ୍ରଥମ ଦିନରେ ଯେଉଁ ଉତ୍ସାହର ସହ କାମ କରିଥିଲେ, ସେହି ଉତ୍ସାହରେ ସହ ଦେଶ ପାଇଁ କାମ କରିବାକୁ ଆହ୍ୱାନ ଦେଇଛନ୍ତି।
Discussion about this post