ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍ ଚାନେଲରେ ଯୋଗ ଦେଇଛନ୍ତି। ତେଣୁ ହ୍ବାଟ୍ସଆପ୍ ବ୍ୟବହାରକାରୀ ଏବେ ପ୍ରଧାନମନ୍ତ୍ରୀଙ୍କ ଠାରୁ ବିଭିନ୍ନ ପ୍ରକାର ସୂଚନା ପାଇପାରିବେ। ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ନୂଆ ସଂସଦ ଭବନର ଫଟୋକୁ ପୋଷ୍ଟ କରିଛନ୍ତି। ହ୍ବାଟ୍ସଆପ୍ ଚାନେଲରେ ଯୋଗ ଦେବା ପରେ ମୋଦୀ ତାଙ୍କ ପ୍ରଥମ ବାର୍ତ୍ତାରେ କହିଛନ୍ତି ଯେ ଯୋଗାଯୋଗକୁ ଆହୁରି ନିକଟତର କରିବା ଲାଗି ଏହା ଆଉ ଏକ ପଦକ୍ଷେପ। ଏହି ସୋସିଆଲ ମିଡିଆରେ ଯୋଗ ଦେଇ ସେ ଅତ୍ୟନ୍ତ ଖୁସି। ଗତ ସେପ୍ଟେମ୍ବର ୧୩ ତାରିଖରେ ମେଟା ପକ୍ଷରୁ ଭାରତରେ ହ୍ବାଟ୍ସଆପ୍ ଚାନେଲର ଶୁଭାରମ୍ଭ କରାଯାଇଥିଲା। ହ୍ବାଟ୍ସଆପ୍ ଚାନେଲ ୱାନ ୱେ (ଏକପାଖିଆ) ଯୋଗାଯୋଗ ମାଧ୍ୟମ। ଏହା ମାଧ୍ୟମରେ ଜଣେ କୌଣସି ବ୍ୟକ୍ତି ଓ ସଂଗଠନଠାରୁ ତଥ୍ୟ ପାଇପାରିବ।






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..
ଇରାନ ଉପରେ ଆକ୍ରମଣ…..