ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତୃତୀୟ ଥର ଭାବେ ପ୍ରଧାନମନ୍ତ୍ରୀ ହୋଇଛନ୍ତି ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ବନିବା ପରେ ସେ ତାଙ୍କ ପ୍ରଥମ କାର୍ଯ୍ୟ ଭାବେ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ଫାଇଲ୍ରେ ଗତକାଲି ଦସ୍ତଖତ କରିଛନ୍ତି। ସୂତ୍ରରୁ ପ୍ରକାଶ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୧୮ ତାରିଖରେ ଉତ୍ତରପ୍ରଦେଶର ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣାସୀରେ ଏକ ‘କୃଷକ ସମ୍ମିଳନୀ’ କୁ ସମ୍ବୋଧିତ କରିବେ। ରବିବାର ତୃତୀୟ ଥର ପାଇଁ ଶପଥ ନେବା ପରେ ବାରାଣାସୀରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହୋଇପାରେ। ସ୍ଥାନୀୟ ବିଜେପି ନେତାମାନେ କହିଛନ୍ତି ଯେ ରୋହାନିଆ କିମ୍ବା ସେବାପୁରୀ ବିଧାନସଭା ନିର୍ବାଚନମଣ୍ଡଳୀରେ କୃଷକ ସମ୍ମିଳନୀ ପାଇଁ ଏକ ସ୍ଥାନ ବାଛିବା ପାଇଁ କାର୍ଯ୍ୟ ଚାଲିଛି।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାରାଣାସୀ ଗସ୍ତକୁ ନେଇ ଗୁଲାବ ବାଗରେ ଥିବା ପାର୍ଟି କାର୍ଯ୍ୟାଳୟରେ ମହାନଗର ଓ ଜିଲ୍ଲା ଅଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……