Report Card Odisha

| Daily Odia News

ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସ୍ମରଣ କଲେ ପ୍ରଧାନମନ୍ତ୍ରୀ ମୋଦି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୯ ତମ ଜନ୍ମ ବାର୍ଷିକୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ତାଙ୍କୁ ମଧ୍ୟ ସ୍ମରଣ କରିଥିଲେ। ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଇ ମୋଦୀ ତାଙ୍କ ଅଫିସିୟାଲ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଲେଖିଛନ୍ତି , ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କୁ ତାଙ୍କ ଜୟନ୍ତିରେ ଦେଶର ସମସ୍ତ ପରିବାରଜନଙ୍କ ପକ୍ଷରୁ ମୋର କୋଟି କୋଟି ପ୍ରଣାମ। ମାତା ଭାରତ ପ୍ରତି ତାଙ୍କର ଉତ୍ସର୍ଗୀକୃତତା ଏବଂ ସେବା ଭାବନା ଅମୃତକାଳ ସମୟରେ ମଧ୍ୟ ପ୍ରେରଣାର ଉତ୍ସ ହୋଇ ରହିବ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସ୍ମରଣ କରୁଥିବା ଏକ ଭିଡିଓ କ୍ଲିପ ମଧ୍ୟ ଶେୟାର କରିଛନ୍ତି। ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଭିନ୍ନ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସହ ଦେଖିବାକୁ ମିଳିଥିଲା।

Breaking News