Report Card Odisha

| Daily Odia News

ବାରଣାସୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ 

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀ ଗସ୍ତ କରିବେ । ପୂର୍ବାହ୍ନରେ ସେ ରୁଦ୍ରାକ୍ଷ ସମ୍ମିଳନୀ କେନ୍ଦ୍ରରେ ଏକକ ବିଶ୍ୱ ଯକ୍ଷ୍ମା ସମ୍ମିଳନୀକୁ ସମ୍ବୋଧିତ କରିବେ। ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ ପଡିଆରେ ୧୭୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ । ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଏକକ ବିଶ୍ୱ ଯକ୍ଷ୍ମା ସମ୍ମିଳନୀକୁ ସମ୍ବୋଧିତ କରିବେ । ଏହି ସମ୍ମିଳନୀ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଷ୍ଟପ୍ ଟିବି ପାର୍ଟନରସିପ୍ ଦ୍ୱାରା ଆୟୋଜିତ ହେଉଛି । ୨୦୦୧ ରେ ପ୍ରତିଷ୍ଠିତ, ଷ୍ଟପ୍ ଟିବି ପାର୍ଟନରସିପ୍ ହେଉଛି ମିଳିତ ଜାତିସଂଘ ଦ୍ୱାରା ଆୟୋଜିତ ସଂଗଠନ, ଯାହା ଯକ୍ଷ୍ମା ଦ୍ୱାରା ପ୍ରଭାବିତ ଲୋକମାନଙ୍କୁ, ସମୁଦାୟକୁ ଏବଂ ଦେଶର ସ୍ୱରକୁ ଉଚ୍ଚ କରିଥାଏ । ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା- ମୁକ୍ତ ପଞ୍ଚାୟତ ପଦକ୍ଷେପ ସମେତ ବିଭିନ୍ନ ପଦକ୍ଷେପ ଆରମ୍ଭ କରିବେ ; ଏକ କ୍ଷୁଦ୍ର ଯକ୍ଷ୍ମା ପ୍ରତିରୋଧକ ଚିକିତ୍ସା (ଟିପିଟି)ର ଅଖିଳ-ଭାରତୀୟ ସ୍ତରରେ ଆଧିକାରିକ ଆରମ୍ଭ ; ଯକ୍ଷ୍ମା ପାଇଁ ପରିବାର- କେନ୍ଦ୍ରିକ ଯତ୍ନ ମଡେଲ ଏବଂ ଭାରତର ବାର୍ଷିକ ଯକ୍ଷ୍ମା ରିପୋର୍ଟ ୨୦୨୩ ଜାରି କରିବେ। ପ୍ରଧାନମନ୍ତ୍ରୀ ଯକ୍ଷ୍ମାକୁ ସମ୍ବୂର୍ଣ୍ଣ ରୂପେ ସମାପ୍ତ କରିବା ଦିଗରେ ସେମାନଙ୍କର ପଦକ୍ଷେପ ଆଧାରରେ କିଛି ରାଜ୍ୟ / କେନ୍ଦ୍ରଶାସିତ ଅଂଚଳ ଏବଂ ଜିଲ୍ଲା ଗୁଡିକୁ ମଧ୍ୟ ପୁରସ୍କୃତ କରିବେ । ଏହି ସମ୍ମିଳନୀରେ ୩୦ ରୁ ଅଧିକ ଦେଶରୁ ଅନ୍ତର୍ଜାତୀୟ ପ୍ରତିନିଧିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ଗତ ନଅ ବର୍ଷ ମଧ୍ୟରେ, ପ୍ରଧାନମନ୍ତ୍ରୀ ବାରଣାସୀର ଦୃଶ୍ୟପଟ୍ଟକୁ ପରିବର୍ତ୍ତନ କରିବା ଏବଂ ସହର ତଥା ଏହାର ଆଖପାଖ ଅଞ୍ଚଳରେ ରହୁଥିବା ଲୋକ ମାନଙ୍କ ଜୀବନଯାପନର ସହଜତା ଉପରେ ବିଶେଷ ଧ୍ୟାନ ଦେଇଛନ୍ତି । ଏହି ଦିଗରେ ଆଉ ଏକ ପାଦ ଆଗକୁ ଯାଇ ପ୍ରଧାନମନ୍ତ୍ରୀ ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ହେବାକୁଥିବା କାର୍ଯ୍ୟକ୍ରମରେ ୧୭୮୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏବଂ ଲୋକାର୍ପଣ କରିବେ ।

Breaking News