Report Card Odisha

| Daily Odia News

ଆଜି ୟୁଏନଏସ୍‌ସି ବୈଠକରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦୀ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିବେ। ବୈଦେଶିକ ମନ୍ତ୍ରଣାଳୟର କହିବା ଅନୁଯାୟୀ ସୁରକ୍ଷା ପରିଷଦର ‘ସାମୁଦ୍ରିକ ସୁରକ୍ଷା ବୃଦ୍ଧି’ ସମ୍ପର୍କିତ ବୈଠକରେ ମୋଦୀ ଅଧ୍ୟକ୍ଷତା କରିବେ। ଅପରାହ୍ନ ୫ଟା ୩୦ରେଭିଡଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ହେବ। ବୈଠକରେ ସାମୁଦ୍ରିକ ଅପରାଧକୁ ଦମନ ଓ ଅସ୍ଥିରତା କ୍ଷେତ୍ରରେ ସହଯୋଗ ଲାଗି ଆଲୋଚନା ହେବ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ସୁରକ୍ଷା ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ। ପୂର୍ବରୁ ଭାରତର କୌଣସି ପ୍ରଧାନମନ୍ତ୍ରୀ କେବେ ସୁରକ୍ଷା ପରିଷଦରେ ଅଧ୍ୟକ୍ଷତା କରି ନାହାନ୍ତି। ବୈଠକରେ ବିଭିନ୍ନ ରାଷ୍ଟ୍ର ନେତା ଓ ପ୍ରତିନିଧିମାନେ ଯୋଗଦେବେ। ଧାରାବାହିକ ପରିବର୍ତ୍ତନ କ୍ରମରେ ଅଗଷ୍ଟ ୧ରୁ ଭାରତକୁ ୟୁଏନ୍‌ଏସସିର ଅଧ୍ୟକ୍ଷ ପଦ ଭାର ଗ୍ରହଣ ମିଳିଛି। ଭାରତର ଏହି ଅଧ୍ୟକ୍ଷତା କାର୍ଯ୍ୟକାଳ ଏକମାସ ପାଇଁ ରହିବ। ସୁରକ୍ଷା ପରିଷଦରେ ଭାରତ ସମେତ ୧୦ଟି ରାଷ୍ଟ୍ର ଅସ୍ଥାୟୀ ସଦସ୍ୟ ରହିଥିବାବେଳେ ଚୀନ, ଫ୍ରାନ୍ସ, ରୁଷ, ବ୍ରିଟେନ ଓ ଆମେରିକା ସ୍ଥାୟୀ ସଦସ୍ୟ ଅଛନ୍ତି। ଭାରତକୁ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟତା ମାତ୍ର ୨ବର୍ଷ ପାଇଁ ମିଳିଛି। ଏହି ସଦସ୍ୟତାର ଅବଧି ୨୦୨୧ ଜାନୁଆରୀ ୧ରୁ ଆରମ୍ଭ ହୋଇଛି।

Breaking News