Report Card Odisha

| Daily Odia News

ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ଦେଶର କୋଭିଡ୍ ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ଦେଶରେ କରୋନା ସଂକ୍ରମଣ ରେକର୍ଡ ଭାଙ୍ଗିବା ସହ ସଂକ୍ରମଣ ବଢ଼ିବାରେ ଲାଗିଛି | ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଜରିଆରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ମହାମାରୀ ମୁକାବିଲା ନେଇ ରାଜ୍ୟଗୁଡ଼ିକ ନେଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିବେ। କିଭଳି କରୋନା ନିୟନ୍ତ୍ରଣ କରାଯାଇପାରିବ ମୁଖ୍ୟମନ୍ତ୍ରୀମାନଙ୍କଠାରୁ ଫିଡବ୍ୟାକ୍ ନେବେ ପ୍ରଧାନମନ୍ତ୍ରୀ। ସେହିପରି ବିଭିନ୍ନ ରାଜ୍ୟରେ ଏବେ ଟିକାର ଅଭାବ ଦେଖାଦେଇଛି । ଫଳରେ ବାଧାପ୍ରାପ୍ତ ହେଲାଣି ଟିକାକରଣ। ସଂକ୍ରମଣ ବଢୁଥିବା ବେଳେ ତୁରନ୍ତ ଟିକା ଯୋଗାଇବା ଓ ଟିକାକରଣ ଅଭିଯାନକୁ ଜୋରଦାର କରିବା ଦିଗରେ ବି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଭିତରେ ଆଲୋଚନା ହୋଇପାରେ । ସୂଚନା ଅନୁସାରେ- ଗତ ରବିବାର ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକରେ କୋଭିଡ୍ ସ୍ଥିତି ଓ ଟିକାକରଣର ସମୀକ୍ଷା କରିଥିଲେ। ଟେଷ୍ଟିଂ, ଟ୍ରେସିଂ, ଟ୍ରିଟମେଣ୍ଟ, ଏନଫୋର୍ସମେଣ୍ଟ ଓ ଟିକାକରଣ ଭଳ୍ଉ ଦିଗ ଉପରେ ଗୁରୁତ୍ୱ ଦେବାକୁ କରିଥିଲେ ।

Breaking News