Report Card Odisha

| Daily Odia News

କୋଟିଆରେ ଆନ୍ଧ୍ର ନିର୍ବାଚନ, ୨୨ ଗାଁରେ ୧୪୪ ଧାରା ଜାରି….

ରିପୋର୍ଟ କାର୍ଡ / କୋରାପୁଟ

ଆଜି କୋଟିଆରେ ଆନ୍ଧ୍ର ନିର୍ବାଚନ କରୁଛି । ଏଥିପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୨ ଗାଁରେ ୧୪୪ ଧାରା ଜାରି କରାଯାଇଛି । ତେବେ ୧୪୪ ଧାରା ସତ୍ତ୍ୱେ ଆନ୍ଧ୍ରର ମଣ୍ଡଳ ଓ ଜିଲ୍ଲା ପରିଷଦ ଭୋଟିଂରେ ଭାଗ ନେଇଛନ୍ତି କୋଟିଆ ବାସିନ୍ଦା । ଆନ୍ଧ୍ର ପଟେ ଭୋଟ ଦେବାକୁ ଯାଉଥିବା ବେଳେ ନେରେଡିବାଲସା ଗ୍ରାମବାସୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି । ତେବେ ଆନ୍ଧ୍ର ପଟେ ଭୋଟ ଦେବାକୁ ଯାଉଥିବା ବେଳେ ନେରେଡିବାଲସା ଗ୍ରାମବାସୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି। ପୋଲିସ ଓ ଗ୍ରାମବାସୀ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ଓ କଥା କଟାକଟି ହୋଇଛନ୍ତି।  ଧାରା ୧୪୪ ଉଲ୍ଲଂଘନ ସତ୍ତ୍ୱେ ନୀରବଦ୍ରଷ୍ଟା ସାଜିଛନ୍ତି ସ୍ଥାନୀୟ ପ୍ରଶାସନିକ ଅଧିକାରୀ । ସେପଟେ ନିର୍ବାଚନ ସଫଳ କରିବାକୁ ଆନ୍ଧ୍ରର ନିର୍ବାଚନ ଅଧିକାରୀ ଓ ପୋଲିସ ମଧ୍ୟ ଉପସ୍ଥିତ ଅଛନ୍ତି । ନିର୍ବାଚନକୁ ପ୍ରତିହତ ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ କଡ଼ା ପଦକ୍ଷେପ ନେଇଛି । ୨୨ଗାଁ ପାଇଁ ୨୨ଜଣ ମାଜିଷ୍ଟ୍ରେଟଙ୍କୁ ଦାୟିତ୍ବ ଦିଆଯାଇଛି ।

Breaking News