ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର କରୋନା ହୁହୁ ହୋଇ ବଢିଚାଲିଛି | ଏହି କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରାଜ୍ୟର ରାଜ୍ୟପାଳ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳଙ୍କ ସହିତ ଆଲୋଚନା କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିବା ବେଳେ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ଗୃହମନ୍ତ୍ରୀ ଅମିତ ଶାହା ଏଥିରେ ଉପସ୍ଥିତ ଥିଲେ। ଦେଶରେ କରୋନା କାୟା ବଢ଼ାଉଥିବାରୁ ଏହାର ମୁକାବିଲା ପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଲାଗୁ କରିବା ଉପରେ ପ୍ରଧାନମମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି। କରୋନା ମୁକାବିଲା ପାଇଁ ଏବେ ଯୁଦ୍ଧକାଳୀନ ସ୍ଥିତି ଉପୁଜିଛି, ଏଣୁ ଏଭଳି ସ୍ଥିତିରେ ରାଜନୈତିକ ବିଭେଦ ଭୁଲି ସମସ୍ତେ ଏକାଠି ହୋଇ ଲଢ଼ିବା ଉଚିତ।ରାଜ୍ୟପାଳମାନେ ରାଜ୍ୟ ସରକାରଙ୍କ ସହିତ ଯୋଗସୂତ୍ର ରଖିବା ଲାଗି ସେ ପରାମର୍ଶ ଦେଇଥିଲେ। ସେହିପରି କିଛି ଦିନ ତଳେ କରୋନା ସଂକ୍ରମଣ ସଂଖ୍ୟା ବଢିବା ନେଇ ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ଏହି ଆଲୋଚନାରେ କିପରି କରୋନା ସଂକ୍ରମଣକୁ ରୋକିବା ଏବଂ ଦେଶରେ ଟିକାକରଣକୁ ଜୋରଦାର କରାଯିବ । ସେନେଇ ଆଲୋଚନା କରାଯାଇଥିଲା । ଦେଶରେ ଏବେ କରୋନା ମହାମାରୀର ୨ଲହରୀ ଆସିଛି । ଯାହାକି ପୂର୍ବ ଲହରୀ ଅପେକ୍ଷା ଅଧିକ ସଂକ୍ରମିତ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଦେଶରେ ଏବେ ଦୈନିକ ସଂକ୍ରମଣ ସଂଖ୍ୟା ୧ ଲକ୍ଷ ପରେ ରହୁଛି । ଯାହାକି ଏକ ଚିନ୍ତାଜନକ ବିଷୟ ।
More Stories
ଶୁକ୍ର ପ୍ରଦକ୍ଷିଣ ଅଭିଯାନକୁ କ୍ୟାବିନେଟ ମଞ୍ଜୁରୀ…..
ହରିୟାଣା ନିର୍ବାଚନ ପାଇଁ କଂଗ୍ରେସ ସାତ ଗ୍ୟାରେଣ୍ଟି…..
ମେଜରଙ୍କ ବାନ୍ଧବୀଙ୍କୁ ମିଳିଲା ଜାମିନ…..