ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜିଠାରୁ ଦୁଇଦିନିଆ ବାଂଲାଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ପୂର୍ବାହ୍ନ ୧୦:୫୦ରେ ‘ଜାତୀୟ ସହିଦ ସ୍ମାରକୀ’ରେ ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଅପରାହ୍ଣ ୩:୧୫ରେ ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଏ.କେ. ଅବ୍ଦୁଲ୍ ମୋମେନ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ। ଅପରାହ୍ଣ ୩:୪୫ରେ ପ୍ରଧାନମନ୍ତ୍ରୀ ‘ଜାତୀୟ ଦିବସ କାର୍ଯ୍ୟକ୍ରମ’ରେ ଯୋଗ ଦେବେ ଏବଂ ସନ୍ଧ୍ୟା ୭:୪୫ରେ ‘ବାପୁ ବଙ୍ଗବନ୍ଧୁ ଡିଜିଟାଲ୍ ଭିଡିଓ ପ୍ରଦର୍ଶନୀ ଉଦ୍ଘାଟନ କରିବେ। ଯାତ୍ରା ଆରମ୍ଭ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା କରିବାକୁ ଚାହିଁବସିଛନ୍ତି। ଗସ୍ତକାଳରେ ବାଂଲାଦେଶର ରାଷ୍ଟ୍ରପତି ଅବ୍ଦୁଲ୍ ହମିଦ୍ଙ୍କୁ ମଧ୍ୟ ସେ ଭେଟିବେ। ଏହି ଦୁଇଦିନିଆ ଗସ୍ତରେ ଭାରତ ଓ ବାଂଲାଦେଶ ମଧ୍ୟରେ ଅନ୍ୟୂନ ୫ଟି ‘ମେମୋରାଣ୍ଡମ୍ସ୍ ଅଫ୍ ଅଣ୍ଡର୍ଷ୍ଟାଣ୍ଡିଙ୍ଗ୍’ ସ୍ୱାକ୍ଷର ହେବ ବୋଲି ମନେକରାଯାଉଛି। ଏହା ବ୍ୟତିରେକେ, ପ୍ରଧାନମନ୍ତ୍ରୀ ମୋଦୀ ଟୁଙ୍ଗିପଡ଼ାରେ ଥିବା ବଙ୍ଗବନ୍ଧୁଙ୍କ ସମାଧି ପରିଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ।






More Stories
ବାଂଲାଦେଶରେ ଥମୁନି ହିଂସା,ଆଉ ଜଣେ ନେତାଙ୍କୁ ଗୁଳି…..
ନିଜକୁ ଗୁଳି କଲେ ପୂର୍ବତନ ଆଇଜି…..
ଇଣ୍ଡୋନେସିଆରେ ଭୟଙ୍କର ଦୁର୍ଘଟଣା,୧୬ ମୃତ…..