ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ସରକାରୀ ବିଭାଗରେ ସାମିଲ ହେବାକୁ ଯାଉଥିବା ୭୧,୦୦୦ ଜଣ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ସହିତ ସେମାନଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧନ କରିବେ। ରୋଜଗାର ମେଳା ସମଗ୍ର ଦେଶରେ ୪୫ଟି ସ୍ଥାନରେ ଆୟୋଜନ କରାଯିବ। ଏଥିସହିତ ପ୍ରାର୍ଥୀଙ୍କୁ କେନ୍ଦ୍ରସରକାରର ବିଭିନ୍ନ ବିଭାଗ ସହିତ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳରେ ଭର୍ତ୍ତି କରାଯିବ। ଏହି ରୋଜଗାର ମେଳା ଦେଶର ବିକାଶ କ୍ଷେତ୍ରରେ ଏକ ଫଳପ୍ରଦ ପଦକ୍ଷେପ ବୋଲି ମୋଦୀ କହିଛନ୍ତି । ଏଥିସହିତ ୨୦୨୩ ଶେଷ ବେଳକୁ ୧୦ଲକ୍ଷ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ମିଳିବ ବୋଲି ମୋଦୀ ସୂଚନା ଦେଇଛନ୍ତି।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..