ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା ୧୬ ତାରିଖ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ସ୍ଥିତିର ସମୀକ୍ଷା କରିବେ । ସେ ଭର୍ଚୁଆଲ ମାଧ୍ୟମରେ ୬ ରାଜ୍ୟର ତାମିଲନାଡୁ , ଆନ୍ଧ୍ରପ୍ରଦେଶ , କର୍ଣ୍ଣାଟକ , ଓଡିଶା , ମହାରାଷ୍ଟ୍ର , କେରଳର କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ | ଦେଶରେ କରୋନାର ଦ୍ବିତୀୟ ଲହର କମୁଥିବା ବେଳେ ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି ବିଭିନ୍ନ ରାଜ୍ୟ । ସ୍ଥିତି ସୁଧୁରୁଥିବାରୁ କଟକଣା କୋହଳ କରାଯିବା ସହିତ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଆଲୋଚନା ହେବ । କିନ୍ତୁ ତୃତୀୟ ଲହର ଆସିବା ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇସାରିଥିବା ବେଳେ ଏଥିପାଇଁ ରାଜ୍ୟ ସରକାରମାନେ କିଭଳି ପଦକ୍ଷେପ ନେବେ ସେ ନେଇ ଭର୍ଚୁଆଲ ବୈଠକରେ ଆଲୋଚନା ହୋଇପାରେ । ଉଲ୍ଲେଖ ଯୋଗ୍ୟ -ଆଜି ପ୍ରଧାନମନ୍ତ୍ରୀ ମୋଦି ପୂର୍ବୋତ୍ତର ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ କରୋନା ସ୍ଥିତି ନେଇ ଆଲୋଚନା କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ୮ ରାଜ୍ୟ ଆସାମ, ନାଗାଲାଣ୍ଡ, ତ୍ରିପୁରା, ସିକିମ, ମଣିପୁର, ମେଘାଳୟ, ମିଜୋରାମ ଓ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ମାନଙ୍କସହିତ କଥା ହୋଇଛନ୍ତି।
Discussion about this post