Report Card Odisha

| Daily Odia News

ଗଙ୍ଗା ଏକ୍ସପ୍ରେସୱେର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ଶାହାଜାହାନପୁରରେ ଗଙ୍ଗା ଏକ୍ସପ୍ରେସୱେର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ | ଏହା ୫୯୪ କିଲୋମିଟର ଲମ୍ବା ଛଅ ଲେନ ବିଶିଷ୍ଟ ଏକ୍ସପ୍ରେସୱେ ୩୬,୨୦୦ କୋଟିରୁ ଅଧିକ ମୂଲ୍ୟରେ ର୍ନିମାଣ ହେବ। ମିରଟର ବିଜାଉଲି ଗାଁ ନିକଟରୁ ଆରମ୍ଭ ହୋଇ ଏକ୍ସପ୍ରେସୱେ ପ୍ରୟାଗରାଜର ଜୁଦାପୁର ଦାଣ୍ଡୁ ଗ୍ରାମ ନିକଟ ପର୍ଯ୍ୟନ୍ତ ଏହାର ଦୂରତା ରହିବ। ଏହା ମିରଟ, ହାପୁର, ବୁଲନ୍ଦଶାହର, ଆମରୋହା, ସମ୍ଭଲ, ବୁଦାଉନ୍‌, ଶାହାଜାହାନପୁର, ହାରଦୋଇ, ଉନ୍ନାଓ, ରାଏବରେଲି, ପ୍ରତାପଗଡ ଏବଂ ପ୍ରୟାଗରାଜ ଦେଇ ଯିବ। କାର୍ଯ୍ୟ ସମାପ୍ତ ହେବା ପରେ ଏହା ଉତ୍ତରପ୍ରଦେଶର ଦୀର୍ଘତମ ଏକ୍ସପ୍ରେସୱେ ହୋଇ ରାଜ୍ୟର ପଶ୍ଚିମ ଏବଂ ପୂର୍ବ ଅଞ୍ଚଳକୁ ସଂଯୋଗ କରିବ। ଶାହଜାହାନପୁରର ଏକ୍ସପ୍ରେସୱେରେ ଜରୁରୀକାଳୀନ ବିମାନ ଚଳାଚଳ ଏବଂ ଅବତରଣ କରିବାରେ ସହାୟତା ଲାଗି ୩.୫ କିଲୋମିଟର ଦୀର୍ଘ ଏୟାର ଷ୍ଟ୍ରିପ୍ ମଧ୍ୟ ର୍ନିମାଣ କରାଯିବ। ଏକ୍ସପ୍ରେସୱେରେ ଏକ ଶିଳ୍ପ କରିଡର ମଧ୍ୟ ର୍ନିମାଣ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏକ୍ସପ୍ରେସୱେ ଶିଳ୍ପ ବିକାଶ, ବାଣିଜ୍ୟ, କୃଷି, ପର୍ଯ୍ୟଟନ ଇତ୍ୟାଦି ସହିତ ଏକାଧିକ କ୍ଷେତ୍ରକୁ ଗତି ପ୍ରଦାନ କରିବ ଏବଂ ଏହା ଏହି ଅଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶରେ ଏକ ବଡ଼ ସହାୟକ ହେବ

Breaking News