ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ଗସ୍ତ କରିବେ । ଗୁଜରାଟରେ ନିର୍ମାଣ ହୋଇଥିବା ଏକ ନୂତନ ଡାକ୍ତରଖାନା ପରିଦର୍ଶନ କରିବା ସହ ଏକ ସମବାୟ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ସମ୍ବୋଧନ ବାର କାର୍ଯ୍ୟକ୍ରମ ରହିଛି । ଏଥିସହିତ ସେଠରେ ନାନୋ ୟୁରିଆ କାରଖାନାର ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ସୂଚୀ ଅନୁଯାୟୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜକୋଟର ଅଟକୋଟରେ ନୂତନ ଭାବେ ନିର୍ମିତ ମାତୁଶ୍ରୀ କେଡିପି ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ପରିଦର୍ଶନ କରିବେ। ପରେ ସେଠାରେ ପ୍ରଧାନମନ୍ତ୍ରୀ ମୋଦି ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏହା ପରେ ଅପରାହ୍ଣ ୪ଟାରେ ଗାନ୍ଧିନଗରର ମହାତ୍ମା ମନ୍ଦିରରେ ସହଯୋଗୀ ଅନୁଷ୍ଠାନର ନେତାଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବେ ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ସାମିଲ ହେବେ।






More Stories
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..
ଇରାନ ଉପରେ ଆକ୍ରମଣ…..
ଇଣ୍ଡୋନେସିଆରେ ବିଜୁବାବୁଙ୍କୁ ମୋଦୀଙ୍କ ପ୍ରଶଂସା…..