Report Card Odisha

| Daily Odia News

ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନୂଆବର୍ଷ ୨୦୨୨ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ବର୍ଷରେ ସମସ୍ତଙ୍କ ପାଇଁ ଆନନ୍ଦ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ। ନିଜର ‘ମନ୍‍ କି ବାତ’ର ଏକ ଅଧ୍ୟାୟରୁ କିଛି ଅଂଶ ଉଦ୍ଧାର କରି ପ୍ରଧାମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷ ସମସ୍ତଙ୍କ ପାଇଁ ଖୁସି ଆଣିଦେବ ଏବଂ ସମସ୍ତଙ୍କୁ ନିରୋଗ ରଖିବା ସେ ଆଶା କରୁଛନ୍ତି। କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ, ନିତିନ ଗଡକରି ଏବଂ ଅନ୍ୟମାନେ ମଧ୍ୟ ଅନୁରୂପ ବାର୍ତ୍ତା ସହିତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ୍‍ କରି କହିଛନ୍ତି, ଏହି ବର୍ଷ ଆମେମାନେ ପ୍ରଗତି ଓ ସମୃଦ୍ଧିର ନୂତନ ଶିଖରରେ ପହଞ୍ଚିବା ଏବଂ ଆମର ମହାନ ସ୍ୱାଧୀନତା ସଂଗ୍ରାମୀଙ୍କର ସ୍ୱପ୍ନକୁ ସାକାର କରିବା ସକାଶେ ଅଧିକ କଠିନ ପରିଶ୍ରମ କରିବା ଦିଗରେ ବ୍ରତୀ ହେବା। ତାହା ପୂର୍ବରୁ ଶୁକ୍ରବାର ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୨୨ର ପ୍ରଥମ ଦିନଟି ଦେଶର ଖାଦ୍ୟ ଦାତାଙ୍କ ନିମନ୍ତେ ଉତ୍ସର୍ଗୀକୃତ ହେବ। ଏହି ଅବସରରେ ସେ ପିଏମ-କିଷାନ ଯୋଜନାର ୧୦ମ କିସ୍ତି ଯୋଗାଇଦେବା ସୂଚନା ମଧ୍ୟ ଦେଇଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟ୍ୱିଟ କରି କହିଛନ୍ତି, ନୂଆବର୍ଷ ପ୍ରତ୍ୟେକଙ୍କ ଜୀବନରେ ଆନନ୍ଦ, ଶାନ୍ତି, ପ୍ରଗତି ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣିଦେଉ, ସେ ଏହା କାମନା କରୁଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନୂଆବର୍ଷର ଶୁଭେଚ୍ଛା ବାର୍ତ୍ତାରେ ସମସ୍ତଙ୍କର ପ୍ରଗତି, ନୂଆ ଆଶା, ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସମସ୍ତଙ୍କୁ ନବବର୍ଷର ଶୁଭକାମନା ଜଣାଇଛନ୍ତି।

Breaking News