ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀର ପ୍ରଗତି ମଇଦାନରେ ଭାରତ ମଣ୍ଡପମରେ ଆରମ୍ଭ ହୋଇଛି ଜି -୨୦ ଶିଖର ସମ୍ମିଳନୀ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ନେତାଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ତାଙ୍କ ସାମ୍ନାରେ ରଖାଯାଇଥିବା ନେମପ୍ଲେଟରେ ‘ଭାରତ’ ଲେଖାଯାଇଥିବା ଦେଖାଯାଇଥିଲା। ଘଟରା ହେଲା ଏବେ ଦେଶରେ ‘ଭାରତ’ ବନାମ ‘ଇଣ୍ଡିଆ’କୁ ନେଇ ଏକ ଜୋରଦାର ବିତର୍କ ଚାଲିଛି ଏବଂ ଇଣ୍ଡିଆର ନାମ ଭାରତକୁ ପରିବର୍ତ୍ତନ କରାଯାଇପାରିବ ବୋଲି କଳ୍ପନାଜଳ୍ପନା କରାଯାଉଛି। ଆଉ ବିଶ୍ୱ ସ୍ତରର ଏହି ଶିଖର ସମ୍ମିଳନୀରେ ଭାରତ ଲେଖାଥିବା ନେମପ୍ଲେଟ ଦେଖିବା ପରେ ଏବେ ପୁଣିଥରେ ରାଜନୀତି ଆରମ୍ଭ ହୋଇଯାଇପାରେ ବୋଲି ଅନୁମାନ କରାଯାଉଛି। କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ସୋସିଆଲ ମିଡିଆ ସାଇଟ ଏକ୍ସ (ପୂର୍ବରୁ ଟୁଇଟର) ରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ଆଶା ଏବଂ ବିଶ୍ୱାସର ନୂଆ ନାମ – ଭାରତ। ଉଲ୍ଲେଖ ଯୋଗ୍ୟ- ଗତକାଲି ‘ଇଣ୍ଡିଆ’ର ନାମ ପରିବର୍ତ୍ତନ କରି ‘ଭାରତ’ କରିବାପାଇଁ ଯଦି ସମସ୍ତ ଔପଚାରିକତା ପୂର୍ଣ୍ଣ ହେବ ଏବଂ ଆନୁଷ୍ଠାନିକ ବ୍ୟବସ୍ଥା ଅନୁଯାୟୀ ସମସ୍ତ କାର୍ଯ୍ୟ ଶେଷ ହେବ ତେବେ ଆମେ ‘ଇଣ୍ଡିଆ’କୁ ‘ଭାରତ’ ଭାବେ ଗ୍ରହଣ କରିବୁ ବୋଲି ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସଙ୍କ ମୁଖ୍ୟ ମୁଖପାତ୍ର ଷ୍ଟିଫେନ ଡୁଜାରିକ କହିଥିଲେ |






More Stories
ଇଣ୍ଟରନେଟ୍ ସେବା ବନ୍ଦ……
ହାଇଦ୍ରାବାଦ ଯାଉଥିବା ବ୍ରିଟିଶ ଏୟାରୱେଜ୍ ବିମାନକୁ ବୋମା ଧମକ…..
ସମ୍ବିଧାନ ଉଚ୍ଛେଦ ପାଇଁ ପ୍ରସ୍ତାବ ଦେଉଛି ବିଜେପି……