Report Card Odisha

| Daily Odia News

ନିଜ ଲୋକଙ୍କୁ ଦୂରେଇ ଦେଇଛି କରୋନା:ପ୍ରଧନମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ମହାମାରୀ ଅନେକ ଦୁଃଖ ଦେଲାନି | ନିଜ ଲୋକଙ୍କୁ ଦୂରେଇ ଦେଇଛି ଭାଇରସ୍ । କାହାର ମା’, କାହାର ପୁଅ ତ ଆଉ କାହା ଘରକୁ ମୁରବୀଶୂନ୍ୟ କରିଛି କରୋନା । ଡାକ୍ତରଙ୍କ ସହ କଥା ହେଲା ବେଳେ ଏପରି କହି ଭାବୁକ ହେଲେ ପ୍ରଧାନମନ୍ତ୍ରୀ । ମହାମାରୀର ସ୍ଥିତି ନେଇ ଭିଡିଓ କନଫରେନ୍ସି ମାଧ୍ୟମରେ ବାରାଣାସୀର ଡାକ୍ତର, ପାରାମେଡିକାଲ ଷ୍ଟାଫ୍ ଓ ଅନ୍ୟ ସମ୍ମୁଖ ଯୋଦ୍ଧା ମାନଙ୍କ ସହ ଆଜି ଆଲୋଚନା କରିଛନ୍ତି ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାମାରୀର ଭୟାବହତା ଭିତରେ ନିଜ କଥା ଚିନ୍ତା ନକରି ରୋଗୀଙ୍କ ସେବାରେ ବ୍ରତି ଥିବା ଡାକ୍ତର, ନର୍ସ, ୱାର୍ଡ଼ ବୟ ଓ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇଛନ୍ତି । ଅଦୃଶ୍ୟ ଭାଇରସ୍ ଅନେକ ଲୋକଙ୍କ ପରିବାର ଉଜାଡ଼ି ଦେଇଛି । ମୁଁ ସେହି ସମସ୍ତ ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସ୍ୱାସ୍ଥ୍ୟକର୍ମୀମାନେ ରୋଗୀଙ୍କ ଜୀବନ ରକ୍ଷା ପାଇଁ ଦିନ ରାତି ସେବା କରୁଛନ୍ତି । ଖାଇବାକୁ ସମୟ ମିଳୁନି ତଥାପି ନିଜ କଷ୍ଟ ଭୁଲି ହସ୍ପିଟାଲରେ ଦିନ କାଟୁଛନ୍ତି । ବାରାଣାସୀରେ ଯେଉଁ ବେଗରେ ଅଳ୍ପ ସମୟ ମଧ୍ୟରେ ଅକ୍ସିଜେନ ଓ ଆଇସିୟୁ ବେଡ୍ ସଂଖ୍ୟା ବୃଦ୍ଧି କରାଗଲା ତାହା ସମସ୍ତଙ୍କ ପାଇଁ ଏକ ଉଦାହରଣ । ଅତି ଅଳ୍ପ ସମୟ ଭିତରେ ଯେପରି ଭାବେ କରୋନା ରୋଗୀଙ୍କ ପାଇଁ ପଣ୍ଡିତ ରାଜନ୍ ମିଶ୍ର କୋଭିିଡ ହସ୍ପିଟାଲ ଚାଲୁ କରାଯାଗଲା, ତାହା ନିହାତି ପ୍ରଶଂସାଯୋଗ୍ୟ । ଆହୁରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଯେଉଁଠାରେ ରୋଗ, ସେହିଠାରେ ଉପଚାର ଆମର ନୂଆ ମନ୍ତ୍ର । ଏହି ମନ୍ତ୍ରକୁ ଗୁରୁତ୍ୱର ସହ ନେଇ ଯେଉଁପରି ଭାବେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରି ଗାଁରେ ଔଷଧ ବିତରଣ କରାଯାଉଛି ତାହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହି ଅଭିଯାନକୁ ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ବ୍ୟାପକ କରାଯିବା ଉଚିତ । କରୋନର ପ୍ରଥମ ହେଉ କି ଦ୍ୱିତୀୟ, ବାରାଣାସୀର ଲୋକମାନେ ଧୈର୍ଯ୍ୟ ଓ ସେବାର ଅଦ୍ଭୁତ ଉଦାହରଣ ସୃଷ୍ଟି କରିଛନ୍ତି । ମୋ କାଶୀର ଲୋକେ ପରିବାର ସମସ୍ୟ ଭଳି ଗରିବ, ରୋଗୀ ଓ ବୃଦ୍ଧବୃଦ୍ଧାଙ୍କର ଲଗାତର ସେବା କରୁଥିବାରୁ ଅଶେଷ ଅଶେଷ ଧନ୍ୟବାଦ । ସୂଚନାଯୋଗ୍ୟ ଗତକାଲି କରୋନା ସ୍ଥିତିର ମୁକାବିଲା ସମ୍ପର୍କରେ ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗ୍ରାମାଞ୍ଚଳ ଭାରତ ଯେଭଳି କରୋନାମୁକ୍ତ ରହିବ ସେଥିପାଇଁ ୧୦ଟି ରାଜ୍ୟରେ ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

 

Breaking News