Report Card Odisha

| Daily Odia News

ଦେଶରେ ରେକର୍ଡ ଟିକାକରଣ ନେଇ କଂଗ୍ରେସକୁ ଆସିଛି ଜ୍ୱର…..

New Delhi, May 07 (ANI): Prime Minister Narendra Modi gives speech on Buddha Purnima via video conference, in New Delhi on Thursday. (ANI Photo)

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଶୁକ୍ରବାର ଦ୍ଵିତୀୟ ଥର ପାଇଁ ଦେଶରେ ଟୀକା କାରଣ ରେକର୍ଡ କରିଛି | ଏହାକୁ ନେଇ ରାଜନୀତିର ଛିଟା ଦିଅ ଯାଇଛି | ଟିକାକରଣ ନେଇ କଂଗ୍ରେସକୁ ଜ୍ୱର ଆସିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡ଼ିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ କଟାକ୍ଷ କରିଛନ୍ତି | ଆଜି ଗୋଆର ସ୍ବାସ୍ଥ୍ୟସେବା କର୍ମୀ ଓ ଟିକା ନେଇଥିବା ହିତାଧିକାରୀମାନଙ୍କ ସହ ‘ଭର୍ଚ୍ୟୁଆଲ୍‌’ ମାଧ୍ୟମରେ ଆଳାପ ଆଲୋଚନା କରିଥିଲେ। ସେ କହିଛନ୍ତି ଯେ, ଶୁକ୍ରବାର ମୋର ଜନ୍ମ ଦିନ ଥିଲା। ଜନ୍ମଦିନ ଆସିବ ଯିବ ସେଥିରେ କୌଣସି ସ୍ବତନ୍ତ୍ରତା ନାହିଁ। ମାତ୍ର ଶୁକ୍ରବାର ଦେଶରେ ଅଢ଼େଇ କୋଟି ଲୋକଙ୍କର ଟିକାକରଣ କରାଯିବା ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଘଟଣା ବୋଲି ସେ କହିଛନ୍ତି। ଏପରି କହି ପ୍ରଧାନମନ୍ତ୍ରୀ ଭାବୁକ ହୋଇ ଯାଇଥିଲେ। ପ୍ରଧାନମନ୍ତ୍ରୀ କରୋନା ଯୋଦ୍ଧା ଏବଂ ଟିକାନେଇଥିବା ଲୋକଙ୍କ ସହିତ କଥାବାର୍ତ୍ତା ହେବା ସମୟରେ ଏହି ସଫଳତା ସମସ୍ତଙ୍କର ସହଯୋଗ ଦ୍ୱାରା ସମ୍ଭବ ହୋଇଥିବା ପ୍ରକାଶ କରିଛନ୍ତି। ଟିକାକରଣ ବଢ଼ିବା ସହିତ ସଂକ୍ରମଣ ଆଶଙ୍କା କମିବ। ଏପରି ହେଲେ ଗୋଆରେ ପର୍ଯ୍ୟଟକଙ୍କ ସଂଖ୍ୟାରେ ବୃଦ୍ଧି ଘଟିବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଲେ, ମୁଁ ବୈଜ୍ଞାନିକ କି, ଡାକ୍ତର ନୁହେଁ। ମାତ୍ର, ଟିକା ନେଉଥିବା ହିତାଧିକାରୀମାନଙ୍କଠାରେ ପାର୍ଶ୍ବପ୍ରତିକ୍ରିୟା ସୃଷ୍ଟି ହେଉଥିବା କଥା ମୁଁ ଶୁଣିଛି। କିନ୍ତୁ, ଭାରତ ଟିକାକରଣରେ ରେକର୍ଡ ହାସଲ କରିବା ପରେ ଗତ ବିଳମ୍ବିତ ରାତ୍ରୀରେ ଗୋଟାଏ ରାଜନୈତିକ ଦଳକୁ ଜ୍ବର ହୋଇଥିବା କଥା ପ୍ରଥମ ଥର ପାଇଁ ଜାଣିଲି। ଏ କଥାର କୌଣସି ଯଥାର୍ଥତା ଅଛିକି? ଧାନମନ୍ତ୍ରୀଙ୍କ କଥାରେ ଲାଜୁଆ ହସ ହସି ସ୍ବାସ୍ଥ୍ୟକର୍ମୀ ଡାକ୍ତର ନିତିନ୍‌ ଧୁପଡାଲେ ବୁଝାଇ କହିଲେ, ଟିକା ନେବା ପରେ ହେଉଥିବା ସମ୍ଭାବ୍ୟ ପାର୍ଶ୍ବପ୍ରତିକ୍ରିୟା ବିଷୟରେ ଆମେ ହିତାଧିକାରୀଙ୍କୁ ସୂଚନା ଦେଉ ଏବଂ ସେ କ୍ଷେତ୍ରରେ କ’ଣ କରିବାକୁ ପଡ଼ିବ ତାହା ବି କହିଦେଇ ଥାଉ ବୋଲି ଡାକ୍ତର କହିଛନ୍ତି।

Breaking News