ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରରେ କରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରେ | କୋଭିଡ୍-୧୯ ପରିସ୍ଥିତିର ସମୀକ୍ଷା ଏବଂ କରୋନଭାଇସ୍ ସଂକ୍ରମଣକୁ କିପରି ରୋକ ଯାଇପାରିବ ସେ ନେଇ ଆଲୋଚନା କରାଯିବ | ଆଜି ଦିନ ପ୍ରାୟ ୧୧ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିବ। ପ୍ରାପ୍ତ ସୂଚନା ଅନୁସାରେ, ମହାମାରୀ ଯେମିତି ଆଉ ଅଧିକ ବିସ୍ତାର ନ କରେ ସେ ନିମନ୍ତେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ କେତେକ କଠୋର ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ମନେକରାଯାଉଛି। ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ ଏହି ମନ୍ତ୍ରୀ ପରିଷଦ୍ ବୈଠକ ବସିବ। ଗୁରୁବାର ଦିନ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ‘ଚିଫ୍ ଅଫ୍ ଆର୍ମି ଷ୍ଟାଫ୍’ ଜେନେରାଲ୍ ଏମ୍ଏମ୍ ନରୱଣେଙ୍କୁ ଭେଟି କୋଭିଡ୍-୧୯ର ପ୍ରସ୍ତୁତି ଏବଂ ସେନାବାହିନୀର ପଦକ୍ଷେପ କଥା ସମୀକ୍ଷା କରିଥିଲେ। ଏକ ବିବୃତିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି, କୋଭିଡ୍ ପରିଚାଳନାରେ ସହାୟ ହେବା ଲାଗି ସେନା ଗ୍ରହଣ କରୁଥିବା କେତେକ ପଦକ୍ଷେପ ସଂପର୍କରେ ସେମାନେ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ଦେଶରେ କରୋନାଭାଇସ୍ ସଂକ୍ରମଣର ଦ୍ବିତୀୟ ପ୍ରବାହ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମହାମାରୀ ପରିଚାଳନା ନିମନ୍ତେ ଅନ୍ୟୂନ ୨୧ଟି ଆନୁଷ୍ଠାନିକ ବୈଠକରେ ଯୋଗ ଦେଇ ସାରିଲେଣି। ସେଥିରୁ ଅଧିକାଂଶ ବୈଠକ ଗତ ଦୁଇ ସପ୍ତାହ ମଧ୍ୟରେ ବସିଛି।
More Stories
କନିଷ୍ଠ ଶିକ୍ଷକଙ୍କର ବଢିଲା ଦରମା…..
ରାତି୧୦ଟାରେ ଉଠିବ ମହାଦୀପ…..
ଏଲ୍ଓସିରେ ଆଇଇଡି ବିସ୍ଫୋରଣ, ୨ ଯବାନ ସହିଦ……