Report Card Odisha

| Daily Odia News

ପୁଣେ ମେଟ୍ରୋ ରେଳ ପ୍ରକଳ୍ପ ଉଦ୍‍ଘାଟନ କରିବେ ପ୍ରଧାନମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବାହ୍ନ ୧୧ ଟା ୩୦ ମିନିଟ୍‍ ସମୟରେ ପୁଣେ ମେଟ୍ରୋ ରେଳ ପ୍ରକଳ୍ପକୁ ଉଦ୍‍ଘାଟନ କରିବେ । ଏହା ସହିତ ସେ ଅନେକ ବିକାଶ ମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଛତ୍ରପତି ଶିବାଜୀ ମହାରାଜଙ୍କର ଏକ ପ୍ରତିମୂର୍ତ୍ତିକୁ ପୁଣେ ପୌର ନିଗମ ପରିସରରେ ଶ୍ରୀ ମୋଦୀ ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରତିମୂର୍ତ୍ତି ଟି ୧ ହଜାର ୮୫୦ କିଲୋଗ୍ରାମ ବ୍ରୋଞ୍ଜ ଧାତୁରେ ନିର୍ମିତ ହୋଇଛି ଓ ଏହାର ଉଚ୍ଚତା ସାଢ଼େ ୯ ଫୁଟ ରହିଛି । ପୁଣେରେ ବିଶ୍ୱସ୍ତରୀୟ ପରିବହନ ସୁବିଧା ବିକାଶ ଲକ୍ଷ୍ୟରେ ଏହି ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ୨୦୧୬ ଡିସେମ୍ବର ମାସରେ ପ୍ରଧାନମନ୍ତ୍ରୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୩୨ କିଲୋମିଟର ୨୦୦ ମିଟର ପୁଣେ ମେଟ୍ରୋ ରେଳ ପ୍ରକଳ୍ପର ୧୨ କିଲୋମିଟର ଲାଇନକୁ ପ୍ରଧାନମନ୍ତ୍ରୀ ଉଦ୍‍ଘାଟନ କରିବେ। ଏହି ମୋଟ୍‍ ପ୍ରକଳ୍ପ ବାବଦରେ ୧୧ ହଜାର ୪୦୦ କୋଟି ଟଙ୍କା ବ୍ୟୟ ହୋଇଛି । ଶ୍ରୀ ମୋଦୀ ଗରେବାରେ ମେଟ୍ରୋ ଷ୍ଟେସନ୍‍କୁ ଉଦ୍‍ଘାଟନ କରିବେ ଓ ପ୍ରଦର୍ଶନୀକୁ ବୁଲି ଦେଖିବେ । ସେଠାରୁ ସେ ମେଟ୍ରୋ ଟ୍ରେନରେ ବସି ଆନନ୍ଦ ନଗର ଷ୍ଟେସନ ପର୍ଯ୍ୟନ୍ତ ଯିବେ। ମଧ୍ୟାହ୍ନ ୧୨ଟା ବେଳେ ପ୍ରଧାନମନ୍ତ୍ରୀ ଅନେକ ବିକାଶ ମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

 

Breaking News