ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଦେଶ ପାଳୁଛି ୭୫ତମ ସ୍ୱାଧୀନତା ଦିବସ । ସ୍ୱାଧୀନତାର ସେହି ବିଶେଷ ମୁହୂର୍ତ୍ତକୁ ମନେ ପକାଉଛି ସାରା ଦେଶ । ଦିଲ୍ଲୀ ଲାଲକିଲ୍ଲାରେ ଜାତୀୟ ପଜାତା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏତିକିବେଳେ ଲାଲକିଲ୍ଲା ଆକାଶରୁ ପୃଷ୍ପବୃଷ୍ଟି ହୋଇଥିଲା । କରୋନା କଟକଣା ଭିତରେ ପାଳନ କରାଯାଉଛି ୭୫ତମ ସ୍ୱାଧୀନତା ଦିବସ । ଲାଲକିଲ୍ଲୀରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶକୁ ସ୍ୱାଧୀନତା ଆଣିଦେବାରେ ବଳିଦାନ ଦେଇଥିବା ମହାନାୟକଙ୍କୁ ସମ୍ମାନ ଜଣାଇଛନ୍ତି । କରୋନା କାଳରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉତ୍ସର୍ଗୀକୃତ ସେବାକୁ ଭୂୟଶୀ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ସେମାନଙ୍କର ଅବିରତ ସେବା କୋଟି କୋଟି ଲୋକଙ୍କ ଜୀବନ ବଞ୍ଚାଇ ପାରିଛି ।
ସେହିପରି ଅଲିମ୍ପିକ୍ସରେ ଭାଗ ନେଇଥିବା ଭାରତୀୟ ଖେଳାଳି ଓ ପଦ ଜିତି ଦେଶକୁ ଗୌରବାନ୍ୱିତ କରିଥିବା କ୍ରୀଡ଼ାବିତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ସେମାନଙ୍କ ପାଇଁ ତାଳି ବଜାଇଥିଲେ । ପଦକ ବିଜେଡା ଅଲିମ୍ପିଆନ୍ ସେଠାରେ ଉପସ୍ଥିତ ଅଛନ୍ତି । ବିଭାଜନ ବିଭୀଷିକା ସ୍ମୃତି ଦିବସ ଉପରେ ମତ ରଖିଥିଲେ ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, ଦେଶ ବିଭାଜନରେ ନିର୍ୟାତନା ଓ ଅତ୍ୟାଚାର ସହିଥିବା ଲୋକଙ୍କ ପାଇଁ ଅଗଷ୍ଟ ୧୪ ତାରିଖକୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ଭାବରେ ପାଳନ କରାଯିବ । ଏହା ସେମାନଙ୍କ ପାଇଁ ଏକ ସମ୍ମାନ ହେବ । ଟିକାକରଣ ଉପରେ ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଛନ୍ତି, ପୁରା ଦେଶ ଏକାଠି କରୋନା ସହ ଲଢ଼ିଛି । ଏହା ଭାରତର ଶକ୍ତି । ଆଜି ଭ୍ୟାକସିନ୍ ପାଇଁ ଭାରତ ବାହାର ଦେଶ ଉପରେ ନିର୍ଭର କରୁ ନାହିଁ । ଆଜି ସୁଦ୍ଧା ୫୪ କୋଟି ଲୋକ କରୋନା ଟିକା ନେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ପୋଲିସ ଟିକା ପାଇଁ ଭାରତକୁ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା । କିନ୍ତୁ ଆମ ଦେଶର ବୈଜ୍ଞାନିକ ଇତିହାସ ରଚିଛନ୍ତି । ଆତ୍ମନିର୍ଭର ଭାରତରେ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ ବଡ଼ ମନ୍ତ୍ର ହୋଇଛି ।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……