ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନୂଆଦିଲ୍ଲୀରେ ଚାଲିଥିବା ମୁଖ୍ୟ ସଚିବଙ୍କ ଜାତୀୟ ସମ୍ମିଳନୀରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରି ସମ୍ବୋଧିତ କରିବେ। ଏହି ତିନି ଦିନିଆ ସମ୍ମିଳନୀ ଗରୁବାରଠାରୁ ନୂଆଦିଲ୍ଲୀଠାରେ ଆରମ୍ଭ ହୋଇଛି । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହଭାଗିତାକୁ ସୁଦୃଢ଼ କରିବା ଦିଗରେ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ମୁଖ୍ୟ ସଚିବ ଓ ରାଜ୍ୟଗୁଡ଼ିକର ବିଭିନ୍ନ ପଦାଧିକାରୀଙ୍କ ସହ ପ୍ରାୟ ୨୦୦ ଜଣ ପ୍ରତିନିଧି ଯୋଗଦେଇଛନ୍ତି । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମ୍ମିଳିତ ଉଦ୍ୟମ ମାଧ୍ୟମରେ ବିକଶିତ ଭାରତ ଗଠନ ଅଭିଯାନରେ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ମାନବ ସମ୍ବଳ ବିକାଶ ଆଦି ବିଭିନ୍ନ ପ୍ରସଙ୍ଗରେ ଏହି ସମ୍ମିଳନୀରେ ନିଷ୍ପତ୍ତି ନିଆଯିବ । ଏଥିରେ ୬ଟି ମୁଖ୍ୟ ପ୍ରସଙ୍ଗ ଏମ୍ଏସ୍ଏମ୍ଇ, ଭିତ୍ତିଭୂମି ତଥା ନିବେଶ, ଆହ୍ୱାନର ମୁକାବିଲା, ମହିଳା ସଶକ୍ତିକରଣ,ସ୍ୱାସ୍ଥ୍ୟ, ପୁଷ୍ଟିକର ଖାଦ୍ୟ ଏବଂ ଦକ୍ଷତା ବିକାଶ ଉପରେ ଆଲୋଚନା ହେଉଛି । ଏହି ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସର୍ବଭାରତୀୟ ସ୍ତରରେ ରାଜ୍ୟର ଫାଇଭ୍-ଟି ସ୍କୁଲ୍ ରୂପାନ୍ତରଣର ସଫଳତାର ଚିତ୍ର ଉପସ୍ଥାପନ କରିବେ। ମୁଖ୍ୟ ଶାସନ ସଚିବ ସମ୍ମିଳନୀ ନୀତି ଆୟୋଗଙ୍କ ସହଭାଗିତାରେ ଗତକାଲିଠାରୁ ଆରମ୍ଭ ହୋଇଛି।






More Stories
ପଦ ଛାଡ଼ିଲେ ବାଂଲାଦେଶ ରାଷ୍ଟ୍ରପତି…..
‘ବନ୍ଦେ ମାତରମ’ ବିଲ୍ ଆଗତ….
ଆଶ୍ୱାସନା ଦେଲେ ସରକାର, ଅନଶନ ଭାଙ୍ଗି ଖାଦ୍ୟ ଖାଇଲେ ୱାଙ୍ଗଚୁକ……