Report Card Odisha

| Daily Odia News

ମୁଖ୍ୟ ସଚିବଙ୍କ ସମ୍ମିଳନୀକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନୂଆଦିଲ୍ଲୀରେ ଚାଲିଥିବା ମୁଖ୍ୟ ସଚିବଙ୍କ ଜାତୀୟ ସମ୍ମିଳନୀରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରି ସମ୍ବୋଧିତ କରିବେ। ଏହି ତିନି ଦିନିଆ ସମ୍ମିଳନୀ ଗରୁବାରଠାରୁ ନୂଆଦିଲ୍ଲୀଠାରେ ଆରମ୍ଭ ହୋଇଛି । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହଭାଗିତାକୁ ସୁଦୃଢ଼ କରିବା ଦିଗରେ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ମୁଖ୍ୟ ସଚିବ ଓ ରାଜ୍ୟଗୁଡ଼ିକର ବିଭିନ୍ନ ପଦାଧିକାରୀଙ୍କ ସହ ପ୍ରାୟ ୨୦୦ ଜଣ ପ୍ରତିନିଧି ଯୋଗଦେଇଛନ୍ତି । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମ୍ମିଳିତ ଉଦ୍ୟମ ମାଧ୍ୟମରେ ବିକଶିତ ଭାରତ ଗଠନ ଅଭିଯାନରେ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ମାନବ ସମ୍ବଳ ବିକାଶ ଆଦି ବିଭିନ୍ନ ପ୍ରସଙ୍ଗରେ ଏହି ସମ୍ମିଳନୀରେ ନିଷ୍ପତ୍ତି ନିଆଯିବ । ଏଥିରେ ୬ଟି ମୁଖ୍ୟ ପ୍ରସଙ୍ଗ ଏମ୍‌ଏସ୍‌ଏମ୍‌ଇ, ଭିତ୍ତିଭୂମି ତଥା ନିବେଶ, ଆହ୍ୱାନର ମୁକାବିଲା, ମହିଳା ସଶକ୍ତିକରଣ,ସ୍ୱାସ୍ଥ୍ୟ, ପୁଷ୍ଟିକର ଖାଦ୍ୟ ଏବଂ ଦକ୍ଷତା ବିକାଶ ଉପରେ ଆଲୋଚନା ହେଉଛି । ଏହି ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସର୍ବଭାରତୀୟ ସ୍ତରରେ ରାଜ୍ୟର ଫାଇଭ୍‌-ଟି ସ୍କୁଲ୍‌ ରୂପାନ୍ତରଣର ସଫଳତାର ଚିତ୍ର ଉପସ୍ଥାପନ କରିବେ। ମୁଖ୍ୟ ଶାସନ ସଚିବ ସମ୍ମିଳନୀ ନୀତି ଆୟୋଗଙ୍କ ସହଭାଗିତାରେ ଗତକାଲିଠାରୁ ଆରମ୍ଭ ହୋଇଛି।

Breaking News