Report Card Odisha

| Daily Odia News

ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଦେଶରେ କରୋନ ସଂକ୍ରମଣ ପ୍ରଭାବ ପୁଣି ଚିନ୍ତା ବଢାଇଛି। ବିଭନ୍ନ ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି। ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ,ଦିଲ୍ଲୀ, ଗୁଜରାଟ ଓ ହରିଆଣାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦେଖି ପ୍ରଧାରନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁରାଜ୍ୟ ମୁଖ୍ୟମନ୍ତ୍ରୀଙ୍କର ଏକ ବୈଠକ ଡକାଇଛନ୍ତି। ଆସନ୍ତାକାଲି ଅର୍ଥାତ୍ ବୁଧବାର ‌୧୨.୩୦ରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଭର୍ଚୁଆଲ ମୋଡ୍‌ରେ ଏହି ବୈଠକ ହେବ । ବର୍ତ୍ତମାନ ଦେଶର ପ୍ରମୁଖ ୫ଟି ରାଜ୍ୟରେ କୋଭିଡ ସଂକ୍ରମଣ ବଢିବାରେ ଲାଗିଛି । ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜୁରାଟ ଏବଂ ତାମିଲନାଡୁରେ ବଢୁଥିବା ସଂକ୍ରମଣ ଚିନ୍ତା ବଢାଇଛି । କେବଳ ଏହି ୫ଟି ରାଜ୍ୟରୁ ୮୦ ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେଣୁ ରାଜ୍ୟରେ କରୋନା ସ୍ଥିତି କିପରି ଅଛି, ଟିକାକରଣ କିପରି ଚାଲିଛି, ପ୍ରତିକାର ପାଇଁ କି କଟକଣା ଗ୍ରହଣ କରାଯିବ ସେ ସମ୍ପର୍କରେ ଆଲୋଚନା କରିବା ପାଇଁ ମିଟିଂ ଡାକିଛନ୍ତି। ଏହାପୂର୍ବରୁ ଗତ ଜାନୁଆରୀ ମାସରେ କରୋନା ଟିକା ଆସିବା ପୂର୍ବରୁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଆଲୋଚନା କରିଥିଲେ। ଏବେ ପୁଣି କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ବୈଠକ ବସିବାକୁ ଯାଉଛି । ଅନ୍ୟପକ୍ଷେ କରୋନା ଗାଇଡ଼ଲାଇନ ଉଲ୍ଲଂଘନ ସହ ଅବହେଳା ପାଇଁ ପୁଣି ସଂକ୍ରମଣ ବଢିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସୋମବାର ସୂଚନା ଦେଇଥିଲେ । ସୂଚନା ଥାଉ କି, ର୍ଷ ଆରମ୍ଭରୁ ଦେଶରେ ଦୈନିକ ସଂକ୍ରମଣ ୧୦ ହଜାର ତଳେ ରହୁଥିଲା। ଗତକାଲି ଦେଶରେ ୨୬ ହଜାର ୨୯୧ଟି ନୂଆ ପଜିଟିଭ ସାମ୍ନାକୁ ଆସିଛି। ଏହାସହ ଗତକାଲି ୧୧୮ ଜଣଙ୍କ ଜୀବନ ନେଇଛି ମହାମାରୀ। ଦେଶରେ ଏବେ ମୋଟ ଆକ୍ରାନ୍ତ ସଂଖ୍ୟା ୧ କୋଟି ୧୩ ଲକ୍ଷ ୮୫ ହଜାର ଟିପିଛି । ଏବେ ବି ଆକ୍ଟିଭ କେସ୍ ୨ ଲକ୍ଷ ୧୯ ହଜାର ୨୬୨ ରହିଥିବାବେଳେ ମୃତ୍ୟୁ ସଂଖ୍ୟା ୧, ୫୮, ୭୨୫ ଛୁଇଁଛି। ଭାରତରେ କରୋନା ସଂକ୍ରମଣ କେସ୍ ୩.୮ ପ୍ରତିଶତ ବୃଦ୍ଧି ଘଟିଥିବା ଜଣାଯାଇଛି।

Breaking News