Report Card Odisha

| Daily Odia News

ଆଜିଠୁ ଆରମ୍ଭ ଜେଇଇ ମେନ୍-ଟୁ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଇଂଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠୁ ଆରମ୍ଭ ହେଉଛି ଜେଇଇ ମେନ୍-ଟୁ । ଦେଶର ୩୩୧ଟି ସହରରେ ପରୀକ୍ଷା କରାଯାଉଛି। ଏହା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ଦୁଇଟି ସିଟିଂରେ ହେବ ପରୀକ୍ଷା। ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଏବଂ ଅପରାହ୍ଣ ୩ଟାରୁ ସଂଧ୍ୟା ୬ଟା ମଧ୍ୟରେ ଦ୍ୱିତୀୟ ସିଟିଂ ପରୀକ୍ଷା ହେବ। ଓଡ଼ିଶାର ୧୭ଟି ସହରରେ ପରୀକ୍ଷା କରାଯାଉଛି। ଭୁବନେଶ୍ୱର, କଟକ, ବାଲେଶ୍ୱର, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ପୁରୀ ସମେତ ବିଭିନ୍ନ ସହରରେ ପରୀକ୍ଷା କରାଯାଉଛି । ରାଜ୍ୟର ପ୍ରାୟ ୩୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ପରୀକ୍ଷା ବେଳେ କରୋନା ଗାଇଡ୍ ଲାଇନ୍ ମାନିବା ପାଇଁ ନିର୍ଦ୍ଦେଶ ରହିଛି। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି । ଓଡ଼ିଆ, ହିନ୍ଦୀ, ଇଂରାଜୀ ସମେତ ୯ଟି ଆଞ୍ଚଳିକ ଭାଷାରେ ପରୀକ୍ଷା ଅନୁଷ୍ଠିତ ହେଉଛି। ସୂଚନାଥାଉ କି, ୨୦୨୧ରେ ୪ଟି ସେସନରେ JEE (ମେନ୍) ପରୀକ୍ଷା ହେବ ବୋଲି ଟ୍ୱିଟ୍ କରି ସୂଚନା ଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ। ପ୍ରଥମ ସେସନ୍ ଫେବ୍ରୁଆରୀ ୨୩ରୁ ୨୬ ତାରିଖ ମଧ୍ୟରେ ସରିଯାଇଥିବାବେଳେ ଆଜିଠୁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ। ମାର୍ଚ୍ଚ ୧୮ ତାରିଖ ଭିତରେ ଶେଷହେବ ଦ୍ୱିତୀୟ ସେସନ୍। ସେହିପରି ଏପ୍ରିଲ ୨୭ରୁ ୩୦ ତାରିଖ ମଧ୍ୟରେ ତୃତୀୟ ସେସନ୍ ଏବଂ ମେ ୨୪ରୁ ୨୮ ତାରିଖ ମଧ୍ୟରେ ଚତୁର୍ଥ ତଥା ଫାଇନାଲ୍ ସେସନ୍ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ସୂଚନା ଦେଇଥିଲେ। ୪ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ପରୀକ୍ଷାର ଯେ କୌଣସି ସମୟରେ ନିଜ ଇଛା ଅନୁସାରେ ତାରିଖ ଚୟନ କରି ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇପାରିବେ ବୋଲି କୁହାଯାଇଥିଲା।

 

Breaking News