Report Card Odisha

| Daily Odia News

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ ପୁଣି କୋଭିଡ-୧୯ ସଂକ୍ରମଣ ବଢ଼ିବାରେ ଲାଗିଛି । ତେରୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ । ଆସନ୍ତା ୨୭ ତାରିଖରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୋଦୀ ଆଲୋଚନା କରିବେ। ପୂର୍ବରୁ ଗତ ଜାନୁଆରୀ ମାସ ୧୩ ତାରିଖରେ ମୋଦୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ମୋଡ଼ରେ ଓମିକ୍ରନ ଭାରିଆଣ୍ଟକୁ ନେଇ ଆଲୋଚନା କରିଥିଲେ । ନିକଟରେ ଦେଶର ବିଭିନ୍ନ ରାଜ୍ୟରେ କୋଭିଡର ସ୍ଥିତି ବଢ଼ିବାରେ ଲାଗିଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସହ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ହରିୟାଣା ମିଜୋରାମରେ କରୋନାର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି । ଅନ୍ୟପଟେ ଚୀନ ସହ ଅନ୍ୟ କିଛି ଦେଶରେ ମଧ୍ୟ କୋଭିଡ ନିଜର କାୟା ବିସ୍ତାର କରିବା ଆରମ୍ଭ କରିସାରିଲାଣି ।

 

 

Breaking News