ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗତକାଲି ଚନ୍ଦ୍ରଗ୍ରହଣ ଥିବାବେଳେ ଏହାକୁ ନେଇ ହେତୁବାଦୀ ଏବଂ ପରମ୍ପରାବାଦୀ ମଧ୍ୟରେ ଗଣ୍ଡୋଗଳ ହୋଇଥିଲା । ଚନ୍ଦ୍ରଗ୍ରହଣ ସମୟରେ ହେତୁବାଦୀମାନେ ଚିକେନ୍ ବିରିୟାନୀ ପ୍ରସ୍ତୁତ କରିଥିଲେ । ଯାହାକୁ ପରମ୍ପରାବାଦୀ ଏବଂ ବଜରଙ୍ଗ ଦଳ ବିରୋଧ କରିବା ସହ ଉଭୟଙ୍କ ମଧ୍ୟରେ ଗଣ୍ଡୋଗଳ ସୃଷ୍ଟି ହୋଇଥିଲା । ତେବେ ଏହି ଘଟଣାକୁ ନେଇ ପୋଲିସ ୮ ଜଣ ଙ୍କୁ ଗିରଫକରିଥିବା ସୂଚନା ମିଳିଛି | ସୂଚନା ଅନୁଯାୟୀ, ରାଜଧାନୀର ଲୋହିଆ ଏକାଡେମୀରେ ପଶି ହେତୁବାଦୀଙ୍କୁ ଆକ୍ରମଣ କରିବା ଘଟଣାରେ ବର୍ତ୍ତମାନ ୮ ଜଣଙ୍କୁ ଗିରଫ କରାଯାଇଛି । ତେବେ ଏହି ୮ ଜଣଙ୍କୁ ଖାରବେଳ ନଗର ଥାନା ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ବଳପୂର୍ବକ ଭାବରେ ପଶିବା ଏବଂ ଆକ୍ରମଣ କରିବା ନେଇ ଏହି ୮ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଆଧାର କରି ଖାରବେଳ ନଗର ଥାନା ପୋଲିସ ସମସ୍ତଙ୍କୁ ଗିରଫ କରିଛି ।






More Stories
ଜଳିଗଲା ବସ୍….
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….