ରିପୋର୍ଟ କାର୍ଡ / ତିର୍ତ୍ତୋଲ
ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ କନଷ୍ଟେବଲଙ୍କ ଉପରେ ମାଡ଼ି ଯାଇଛି। ଦୁର୍ଘଟଣାରେ କନଷ୍ଟେବଲଙ୍କର ମୃତ୍ୟୁ ଘଟିଛି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବଜାର ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ କନଷ୍ଟେବଲ ଜଣଙ୍କ ହେଲେ ସୁରଜା ମୁଣ୍ଡା।ତିର୍ତ୍ତୋଲ ଥାନାରେ କାର୍ଯ୍ୟରତ ଥିଲେ ସୁରଜା। କନଷ୍ଟେବଲ ଜଣଙ୍କ ଡ୍ୟୁଟି ସାରି ସ୍କୁଟି ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଏକ ବସ୍ ଆସି ତାଙ୍କୁ ଧକ୍କା ଦେଇଥିଲା। ସେ ତଳେ ପଡ଼ିଯାଇଥିଲେ। ତାଙ୍କ ଉପରେ ବସ୍ଟି ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
More Stories
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
କଲେଜରେ ନିଜକୁ ଜାଳିଦେଲେ ଛାତ୍ରୀ……
ସମାଜସେବୀ ରଞ୍ଜନ କୁମାର ମହାପାତ୍ର ଙ୍କୁ ସମ୍ମାନ ଜନକ ପ୍ରକୃତି ବନ୍ଧୁ ପୁରସ୍କାର ……