Report Card Odisha

| Daily Odia News

ପରକୀୟା ପ୍ରୀତିକୁ ନେଇ ରାଜରାସ୍ତାରେ ପୋଲିସ ଦମ୍ପତି ପିଟାପିଟି….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ୱର ରାଜରାସ୍ତାରେ ପରକୀୟା ପ୍ରୀତିକୁ ନେଇ ପୋଲିସ ଦମ୍ପତି ପିଟାପିଟି ହୋଇଛନ୍ତି । ଏନେଇ ଏୟାରଫିଲ୍ଡ ଥାନାରେ ପରସ୍ପର ନାଁରେ ଅଭିଯୋଗ କଲେ ସ୍ୱାମୀ ଓ ସ୍ତ୍ରୀ । ଉଭୟେ କନଷ୍ଟେବଳ ଭାବେ ଅଲଗା ଅଲଗା ଥାନାରେ କାର୍ଯ୍ୟରତ ଅଛନ୍ତି । ଉଭୟ ପରସ୍ପରଠାରୁ ପ୍ରାୟ ୧୦ ବର୍ଷ ହେଲା ଅଲଗା ରହୁଛନ୍ତି ବୋଲି ଜଣାପଡିଛି । ଆଜି ଭୀମଟାଙ୍ଗୀ ସ୍ଥିତ ସ୍ୱାମୀଙ୍କ ଘରକୁ ସ୍ତ୍ରୀ ଯାଇଥିଲା ବେଳେ ହାତାହାତି ହୋଇଥିଲେ । ଏମିତିକି ଦୁହେଁ ଦୁହିଁକୁ ପିଟାପିଟି କରିଥିବା ଅଭିଯୋଗ ମଧ୍ୟ ହୋଇଛି। ସ୍ୱାମୀଙ୍କ ବିରୋଧରେ ପରକୀୟା ପ୍ରୀତି ଅଭିଯୋଗ ମଧ୍ୟ ଆଣିଛନ୍ତି ପତ୍ନୀ । ତେବେ ଏନେଇ ସ୍ୱାମୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ସ୍ତ୍ରୀ ଅଭିଯୋଗ କରିଛନ୍ତି ଯେ, ସେ ୨ ବର୍ଷ ଅଷ୍ଟ୍ରେଲିଆ ଗଲେ ପରେ ୧୦ ବର୍ଷ ହେଲାଣି ଭୁବନେଶ୍ୱର ଆସିଲେଣି। ସ୍ୱାମୀ ଦୂରରେ ରହିଲେ ସ୍ତ୍ରୀ କଣ ଘରେ ଗାଁରେ ରହୁନାହିଁ କି ବୋଲି ପ୍ରଶ୍ନ କରିଛନ୍ତି ଅଭିଯୋଗକାରୀ। ଯଦି ମୁଁ ତାଙ୍କ ପାଖରେ ନାହିଁ ତାହାର ଅର୍ଥ କଣ ଅନ୍ୟ ଝିଅକୁ ନେଇ ବୁଲିବେ? ଆମେ ସମସ୍ତେ ପରିବାର ନେଇ ରହୁଛନ୍ତି ଏମିତି କଲେ କେମିତି ଚଳିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାସହ ମୋ ସ୍ୱାମୀ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ପାଇଁ ବାୟା ହେଉଥିବା ସେ କହିଛନ୍ତି। ସେହି ମହିଳା ଜଣକ ୟୁକୋ ବ୍ୟାଙ୍କରେ କାର୍ଯ୍ୟରତ ଅଛନ୍ତି ବୋଲି କହିବା ସହ ସ୍ୱାମୀ ଯେଉଁ ସମୟରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ପାଖରେ କାମ କରୁଥିଲେ ସେହି ସମୟରେ ସେହି ଝିଅ ସହ ସମ୍ପର୍କ ରଖିଥିଲେ। ଆଉ ମତେ କହୁଛନ୍ତି ତୁ ମୋ ଜୀବନରୁ ହଟିଯା, ମୁଁ ତାକୁ ବାହା ହେବି। ୨୦୦୮ ମସିହାରୁ ଆମର ବାହାଘର ହେଲାଣି। ଆଉ ୪ ବର୍ଷ ହେଲାଣି ମତେ ଛାଡପତ୍ର ଦେବା ଲାଗି ସେ ସବୁବେଳେ କହୁଛନ୍ତି। ଏଇଠି ଆସି କେବଳ ବୁଲୁଛନ୍ତି, ଆଳି ଥାନାରେ ବି ସେ ରହୁନାହାନ୍ତି। ସେ ଆହୁରି ସଙ୍ଗୀନ ଅଭିଯୋଗ କରିଛନ୍ତି ଯେ, ଯେତେବେଳେ ମୋର ବଦଳି ନିର୍ଦ୍ଦେଶ ଆସେ ସେ ସାଙ୍ଗେ ସାଙ୍ଗେ ତାକୁ ଡିଜିପି ଅଫିସରୁ ଫୋନ କରି ବନ୍ଦ କରିଦିଅନ୍ତି। ମନ୍ତ୍ରୀ ଆଉ ବଡ଼ବଡ଼ ଲୋକଙ୍କ ପାଖରେ ରହି ମତେ ହଇରାଣ କରୁଛନ୍ତି। ଯେତେବେଳେ ସେ ତଳକୁ ଆସିଲେ ତାହା ପରେ ମୋର ବଦଳି ହେଲା ବୋଲି ଅଭିଯୋଗକାରିଣୀ ସ୍ତ୍ରୀ କହିଛନ୍ତି। ନିଜେ ଝିଅଙ୍କ ସହ ବୁଲୁଛନ୍ତି ମତେ ଛାଡପତ୍ର ଦେବା ଲାଗି କହୁଛନ୍ତି। ଯଦି ମୁଁ କୌଣସି ଝିଅ ସହ ବୁଲୁଛି ତେବେ ପ୍ରମାଣ ଦିଅନ୍ତୁ ବୋଲି ସେ କହିଛନ୍ତି।

Breaking News