ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ଙ୍କ କେନ୍ଦ୍ରୀୟ ଦିଲ୍ଲୀ ସ୍ଥିତ କପୁରଥାଲା ହାଉସ୍ରେ ଦିଲ୍ଲୀ ପୋଲିସ ଟିମ୍ ଏବଂ ଇସି (ନିର୍ବାଚନ କମିସନ) ଟିମ୍ ପହଞ୍ଚିଛନ୍ତି । ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ଟଙ୍କା ବଣ୍ଟା ଯାଉଥିବା ଅଭିଯୋଗ ହେବାପରେ ଗୁରୁବାର ସନ୍ଧ୍ୟାରେ ତଦନ୍ତ ପାଇଁ ଦିଲ୍ଲୀ ପୋଲିସ ଟିମ୍ ମାନ୍ଙ୍କ ବାସଭବନରେ ପହଞ୍ଚିଛନ୍ତି। ନିର୍ବାଚନ କମିସନ୍ ଟିମ୍ ମଧ୍ୟ ମାନ୍ଙ୍କ ବାସଭବନରେ ପହଞ୍ଚିଥିବା ଆପ୍ ପକ୍ଷରୁ ଦାବି ହୋଇଛି। ତେବେ ନୂଆଦିଲ୍ଲୀ ନିର୍ବାଚମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ଓପି ପାଣ୍ଡେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ଟଙ୍କା ବଣ୍ଟନ ନେଇ ଏହାର ମୋବାଇଲ ଆପ୍ ସିଭିଜିଲ୍ ଏକ ଅଭିଯୋଗ ପାଇଛି। ୧୦୦ ମିନିଟ୍ ମଧ୍ୟରେ ଆମକୁ ଏହି ଅଭିଯୋଗର ଫଏସଲା କରିବାକୁ ପଡ଼ିବ। ଆମ ଟିମ୍ ଆସି ମାନ୍ଙ୍କ ବାସଭବନ ନିକଟରେ ପହଞ୍ଚିଛନ୍ତି କିନ୍ତୁ ସେମାନଙ୍କୁ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉନି ବୋଲି ସେ କହିଛନ୍ତି। ତେବେ ଅଭିଯୋଗର ପ୍ରକୃତ କାରଣ କ’ଣ ସ୍ପଷ୍ଟ ଜଣାପଡ଼ିନି । ମିଳିଥିବା ସୂଚନାନୁଯାୟୀ ଗତ ରାତିରେ କପେରନିକସ୍ ମାର୍ଗ ସ୍ଥିତ ପଂଜାବ ଭବନ ବାହାରେ ପାର୍କ୍ ହୋଇଥିବା କାର୍ରୁ ୮ ଲକ୍ଷ ନଗଦ ଟଙ୍କା, ମଦ ଏବଂ ଆପ୍ ପାମ୍ପଲେଟ୍ ମିଳିଥିଲା। ଏଥିରେ ପଂଜାବ ସରକାରଙ୍କ ଷ୍ଟିକର୍ ମଧ୍ୟ ଲାଗିଥିଲା। କିନ୍ତୁ ପଂଜାବ ସରକାର କହିଛନ୍ତି , ଏହି କାର୍ ସେମାନଙ୍କର ନୁହେଁ। ଉକ୍ତ ଗାଡ଼ିଟି ଏବେ ପୋଲିସ ହେପାଜତରେ ଅଛି ଏବଂ ଦିଲ୍ଲୀ ପୋଲିସ ଏନେଇ ଏକ ମାମଲା ରୁଜୁ କରିଛି । ଇତିମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଦାବି କରିଛନ୍ତି ଯେ ଭୋଟ୍ ପାଇଁ ଟଙ୍କା ବଣ୍ଟନ ଗୁଜବ ହେବାପରେ ମାନ୍ଙ୍କ ବାସଭବନରେ ଚଢ଼ଉ କରିବାପାଇଁ ପୋଲିସ ଆସି ପହଞ୍ଚିଛି। କିନ୍ତୁ ବିଜେପି ବିରୋଧରେ ଏଭଳି ଅନେକ ଅଭିଯୋଗ ହୋଇଥିଲେ ସୁଦ୍ଧା ଇସି ଏଥିପ୍ରତି ନଜର ଦେଇନାହିଁ।






More Stories
ଅଧାରେ ଅଟକିଲା ରୁକୁଣା ରଥ: ଆଜି ଅପରାହ୍ନରେ ରଥଟଣା…..
ରିଙ୍କୁ ଉପଅଧିନାୟକ….
ପଶ୍ଚିମବଙ୍ଗ ଯିବେ ମୁଖ୍ୟମନ୍ତ୍ରୀ…..