ରିପୋର୍ଟ କାର୍ଡ / ଭୁବନେଶ୍ଵର
ଭୁବନେଶ୍ୱର ରେଲୱେ ଷ୍ଟେଶନରୁ ଗତ ବୁଧବାରଠୁ ନିଖୋଜ ଇଞ୍ଜିନିୟରିଂ ଛାତ୍ରୀ ସ୍ୱିଟି ରାୟଙ୍କୁ ପଶ୍ଚିମବଙ୍ଗର ଚିତପୁରରେ ନିଜ ପୁରୁଷ ବନ୍ଧୁଙ୍କ ସହ ଥିବା ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି। ସ୍ୱିଟିଙ୍କୁ ଉଦ୍ଧାର କରିବାକୁ କମିଶନରେଟ ପୋଲିସ ସ୍ଥାନୀୟ ଚିତପୁର ପୋଲିସର ସହାୟତା ନେଇଛି। ସ୍ୱିଟି ନିଖୋଜ ହେବା ବେଳେ ତାଙ୍କ ନିକଟରେ ଜଣେ ଯୁବକ ଛିଡ଼ା ହୋଇଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଥିଲା। ସ୍ୱିଟି ଉକ୍ତ ଯୁବକଙ୍କ ସହ କଥା ହେଉଥିଲେ, ପାଖରେ ଛିଡ଼ା ହୋଇଥିଲେ। ହେଲେ ଏହାପରେ ହଠାତ୍ ଉଭୟ ଅନ୍ତର୍ଦ୍ଧାନ ହୋଇ ପଡ଼ିଥିବା ବେଳେ ସ୍ୱିଟିଙ୍କ ଫୋନ୍ ସୁଇଚ ଅଫ୍ ଆସିଥିଲା। ପୋଲିସ ତଦନ୍ତ କରି ଉକ୍ତ ଯୁବକଙ୍କ ଘର ଚିତପୁରରେ ବୋଲି ଠାବ କରିଛି। ଏହାପରେ ତାଙ୍କ ମୋବାଇଲ ନଂ ଟ୍ରାସିଂ କରାଯିବାରୁ ସେ ଚିତପୁରରେ ଥିବା ଜଣାପଡ଼ିଥିଲା। ସ୍ୱିଟି ବି ତାଙ୍କ ସହ ଥାଇପାରନ୍ତି ବୋଲି ଅନୁମାନ କରି ପୁଲିସ୍ ଏବେ ଉଭୟଙ୍କୁ ଠାବ କରିବାକୁ ପ୍ରୟାସ ଆରମ୍ଭ କରିଛି। ଏଥିନିମନ୍ତେ ସ୍ଥାନୀୟ ପୋଲିସ ର ସହାୟତା ଲୋଡ଼ିଛି।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..