ରିପୋର୍ଟ କାର୍ଡ / ଖୋର୍ଦ୍ଧା
ଖୋର୍ଦ୍ଧା ଏସ୍ପି ଅଫିସ ନିକଟସ୍ଥ ସିଆଳିଆ ରାସ୍ତାରୁ ଏକ କାର୍ରୁ ଟଙ୍କା ଭର୍ତ୍ତି ପେଟି ଜବତ ହୋଇଛି । ଏଥିରେ ପ୍ରାୟ ୨୨ ଲକ୍ଷ ଟଙ୍କାଥିବା ନେଇ ସୂଚନା ମିଳିଛି । ଖବର ଅନୁଯାୟୀ, ଏକ ଦାମୀ କାର୍ଟି ଭୁବନେଶ୍ୱର ଅଭିମୁଖେ ଯାଉଥିଲା । କୌଣସି ସୁତ୍ରରୁ ସୂଚନା ପାଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଉକ୍ତ ଗାଡିକୁ ଅଟକାଇଥିଲା । ପରେ ଗାଡିରୁ ଯାଞ୍ଚ ବେଳେ ଟଙ୍କା ଭର୍ତ୍ତି ପେଟି ଜବତ ହୋଇଛି । ଯାହାର ମୂଲ୍ୟ ପ୍ରାୟ ୨୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ତେବେ ଏତେ ପରିମାଣର ଟଙ୍କାର କାହାର ଏବଂ କେଉଁ ସ୍ଥାନକୁ ଯାଉଥିଲା । ସେନେଇ ଖୋଲତାଡ଼ କରୁଛି ଆଦର୍ଶ ଥାନା ପୋଲିସ । କିନ୍ତୁ ଘଟଣାସ୍ଥଳରୁ କାର୍ ଡ୍ରାଇଭର ଫେରା ହୋଇଯଇଥିବା ବେଳେ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ପୋଲିସ ।






More Stories
ଜଳିଗଲା ବସ୍….
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….