ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହାଇବକ୍ସ ମୋବାଇଲ୍ ଆପ୍ ସହ ଜଡିତ ଠକେଇ ମାମଲାରେ ଦିଲ୍ଲୀ ପୋଲିସ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କୁ ପଚରାଉଚରା ପାଇଁ ସମନ ପଠାଇଛି। ଏହି ମାମଲାରେ ଆହୁରି ଅନେକ ୟୁଟ୍ୟୁବର୍ ଏବଂ ସୋସିଆଲ୍ ମିଡିଆ ଇନଫ୍ଲୁଏନସରଙ୍କୁ ମଧ୍ୟ ସମନ ପଠାଯାଇଥିବା ଜଣାଯାଇଛି | ଅଭିଯୋଗ ହୋଇଛି ଯେ ଏହି ୟୁଟ୍ୟୁବର୍ ଏବଂ ସୋସିଆଲ୍ ମିଡିଆ ଇନଫ୍ଲୁଏନସରମାନେ ହଜାର ହଜାର ଲୋକଙ୍କୁ ସୁଧ ଫେରସ୍ତ ପ୍ରତିଶ୍ରୁତି ଦେଇ ଠକିଛନ୍ତି। ହାଇବକ୍ସ ମୋବାଇଲ୍ ଆପ୍ ଦ୍ବାରା ୫୦୦କୋଟିର ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଛି। ଦିଲ୍ଲୀ ପୋଲିସ ୫୦୦ରୁ ଅଧିକ ଅଭିଯୋଗ ଗ୍ରହଣ କରିଛି। ଠକାମିର ଶିକାର ହୋଇଥିବା ଲୋକମାନେ ଅଭିଯୋଗ କରିଛନ୍ତି ଯେ, ସେମାନେ ସେମାନଙ୍କର ପ୍ରିୟ ସୋସିଆଲ ମିଡିଆ ଇନଫ୍ଲୁଏନସର ଏବଂ ୟୁଟ୍ୟୁବର୍ସଙ୍କ ପ୍ରମୋସନାଲ ଭିଡିଓ ଦେଖିବା ପରେ ଏହି ଆପରେ ବିନିଯୋଗ କରିଥିଲେ। ହେଲେ ବିନିଯୋଗ ପରେ ସେମାନଙ୍କୁ ଠକାମିର ଶିକାର ହେବାକୁ ପଡ଼ିଥିଲା। ରିୟା ଚକ୍ରବର୍ତ୍ତୀ, ଭାରତୀ ସିଂ ଏବଂ ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କ ବ୍ୟତୀତ ୟୁଟ୍ୟୁବର୍ ସୌରଭ ଯୋଶୀ, ହର୍ଷ ଲିମ୍ବାଚିୟା, ଅଭିଷେକ ମଲହାନ, ଦିଲରାଜ ସିଂ ରାୱତ, ପୁରବ ଝା, ଲକ୍ଷ୍ମୀ ଚୌଧୁରୀ, ଆଦର୍ଶ ସିଂ ଏବଂ ଅମିତଙ୍କ ପରି ୟୁଟ୍ୟୁବର୍ସଙ୍କ ବିରୋଧରେ ଅଭିଯୋଗ ଦାଖଲ କରାଯାଇଛି।
More Stories
୧୭ ହଜାର ହ୍ୱାଟସ୍ଆପ୍ ଆକାଉଣ୍ଟ ବ୍ଲକ୍…..
ମୁଖ୍ୟମନ୍ତ୍ରୀଙ୍କ ବୈଠକକୁ ଆସିଲେନି ୧୯ ବିଧାୟକ…..
ପତ୍ନୀଙ୍କଠାରୁ ଅଲଗା ହେଲେ ଏ.ଆର. ରେହମାନ…..