ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ-ଉତ୍ତରପ୍ରଦେଶ ମଝିରେ ରହିଛି ଗାଜିପୁର ସୀମାରୁ ଉଦ୍ଧାର ହୋଇଛି ବୋମା ଭର୍ତ୍ତି ବ୍ୟାଗ୍ | ଏହି ବ୍ୟାଗ୍କୁ ଆତଙ୍କୀ ସଙ୍ଗଠନ ଆଇଏସ୍ଆଇ ରଖିଥିଲା ବୋଲି ସୂଚନା ମିଳିଛି। ବୋମା ଭର୍ତ୍ତି ବ୍ୟାଗ୍ ଉଦ୍ଧାର ପରେ ତଦନ୍ତକାରୀ ଟିମ୍ ବିଭିନ୍ନ ଦିଗକୁ ତଦନ୍ତ କରି ଏପରି ନିର୍ଯ୍ୟାସରେ ପହଞ୍ଚିଛି | ଦିଲ୍ଲୀ ପୋଲିସ ଓ ଗୁଇନ୍ଦା ବିଭାଗ ହାତରେ ଏଭଳି ତଥ୍ୟ ଲାଗିବା ପରେ ଖୋଳତାଡ଼ ବଢ଼ିଛି। ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଯାଞ୍ଚ କରାଯାଉଛିା ଏହି ଆତଙ୍କୀ ସଙ୍ଗଠନର କିଛି ଏଜେଣ୍ଟ ଏବେ ବି ଦିଲ୍ଲୀରେ ଥିବା ସୁରାକ୍ ମିଳିଛି। ସବୁଠୁ ବଡ଼ କଥା ହେଉଛି, ଆହୁରି କିଛି IED ଅନ୍ୟ କିଛି ସ୍ଥାନରେ ଏମାନେ ରଖିଥାଇପାରନ୍ତି ବୋଲି କୁହାଯାଉଛି। ତେଣୁ ସେ ଦିଗରେ ତଦନ୍ତ ଚାଲିଛି। ଦିଲ୍ଲୀ ପୁଲିସ୍ ସହ କେନ୍ଦ୍ରର ବିଭିନ୍ନ ତଦନ୍ତକାରୀ ସଂସ୍ଥା ଖୋଳତାଡ଼ କରୁଛି। ଦୁଇ ଦିନ ତଳେ ଦିଲ୍ଲୀ ଗାଜିପୁରର ଫୁଲ ମାର୍କେଟରୁ ଏକ ବ୍ୟାଗ୍ରୁ ଆଇଇଡି ମିଳିଥିଲା। ଏହାକୁ ନିର୍ଷ୍କିୟ କରିବା ସହ ଏନ୍ଏସିଜି ତଦନ୍ତ କରିଥିଲା। ଗଣତନ୍ତ୍ର ଦିବସ ପୂର୍ବରୁ ରାଜପଥରୁ ୧୫ କିଲୋମିଟର ଦୂରରେ ଏଭଳି ଘଟଣା ଘଟିଥିବାରୁ ଏହାର ଗୁରୁତ୍ୱ ଅଧିକ ବଢ଼ିଛି। ଇଣ୍ଡିଆ ଟୁଡେର ଏକ ରିପୋର୍ଟ ଅନୁଯାୟୀ ଏହି ଆଇଏସ୍ଆଇ ଡ୍ରୋନ୍ ଜରିଆରେ ଏହି ଦେଢ଼ କେଜି ଓଜନର ବୋମା ଭର୍ତ୍ତି ବ୍ୟାଗ୍କୁ ପଞ୍ଜାବ ସୀମା ପାର୍ କରାଇଥିଲା। ପରେ ନିଜ ଏଜେଣ୍ଟ ଜରିଆରେ ଗାଜିପୁର ଫୁଲ ମାର୍କେଟରେ ଏହି ଆଇଡି ବ୍ୟାଗ୍କୁ ଖଞ୍ଜା ଯାଇଥିବା ଦିଲ୍ଲୀ ପୁଲିସ ସନ୍ଦେହ କରୁଛି। ଯଦିଓ ପୁଲିସ ଏଭଳି ସନ୍ଦେହ କରୁଛି କିନ୍ତୁ ଗୁରୁତ୍ୱ ପୂର୍ଣ୍ଣ କଥାଟି ହେଲା ବଜାରରେ ଥିବା ବିଭିନ୍ନ ସିସିଟିଭିରୁ ଏହି ବ୍ୟାଗ୍କୁ କିଏ ରଖିଥିଲା ସେନେଇ କିଛି ସ୍ପଷ୍ଟ ସୂଚନା ପୁଲିସ ପାଖରେ ନାହିଁ। ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି। ତେଣୁ ଆତଙ୍କୀ ନିଜ ଉଦ୍ଦେଶ୍ୟରେ ସଫଳ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାରଙ୍କୁ ଏଭଳି ବିସ୍ଫୋରଣ ଯୋଜାନ କରି ଚ୍ୟାଲେଞ୍ଜ ଦେଇଛି।
More Stories
ପ୍ରଧାନମନ୍ତ୍ରୀ ‘ଅପରେସନ ଝାଡୁ’ ଲଞ୍ଚ୍ କରିଛନ୍ତି…..
କଂଗ୍ରେସ ରାଲିରେ ଫୁଟିଲା ଗୁଳି…..
ପଞ୍ଚମ ପର୍ଯ୍ୟାୟ ପ୍ରଚାର ଶେଷ, ଆସନ୍ତାକାଲି ମତଦାନ…..