ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଘୃଣା ଭାଷଣର ସଂଜ୍ଞା ଜଟିଳ ହୋଇଥିବା ବେଳେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଏକ ବଡ଼ ସମସ୍ୟା। ଭାଷଣ ପରି ଅପରାଧ ପ୍ରତି ପୋଲିସ ସଜାଗ ରହିବା ଉଚିତ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି | ଏ ନେଇ କେନ୍ଦ୍ର ଓ ରାଜ୍ୟ ସରକାରମାନେ ସହଯୋଗ କରିବାକୁ କୋର୍ଟ କହିଛନ୍ତି। ଘୃଣା ଭାଷଣ ଓ ହିଂସା ବିରୋଧରେ କର୍ତ୍ତୃପକ୍ଷଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଦେଶ ଦେବାକୁ ଅନୁରୋଧ କରି କରାଯାଇଥିବା ଆବେଦନ ଉପରେ ଶୁଣାଣି କରିବା ଅବସରରେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ଏସ୍ଭିଏନ୍ ଭଟ୍ଟିଙ୍କ ଖଣ୍ଡପୀଠ କହିଥିଲେ ଯେ, ଏହା ଏକ ବଡ଼ ସମସ୍ୟା ଯାହାର ସମାଧାନ ବାହାର କରିବା ଜରୁରି। ସମସ୍ତେ ଏଭଳି ମାମଲା ନେଇ କୋର୍ଟକୁ ଆସିପାରିବେ ନାହିଁ। ଆଇନଜୀବୀ ନିଜାମ ପାଶା ଏକ ଆବେଦନରେ ଦର୍ଶାଇଥିଲେ ଯେ କୋର୍ଟଙ୍କ ନିର୍ଦ୍ଦେଶନାମା ସତ୍ତ୍ବେ ହରିୟାଣା, ଉତ୍ତରପ୍ରଦେଶ ଓ ଦିଲ୍ଲୀରେ ପ୍ରତିବାଦ ରୢାଲିମାନଙ୍କରେ ମୁସଲମାନଙ୍କ ବିରୋଧରେ ଘୃଣା ଭାଷଣ ଦିଆଚାଲିଛି। କୋର୍ଟ କହିଥିଲେ, କାହାକୁ ଘୃଣା ଭାଷଣ ଓ କାହାକୁ ମୁକ୍ତ ଭାଷଣ କୁହାଯିବ, ସେ ନେଇ କୌଣସି ସ୍ପଷ୍ଟ ସଂଜ୍ଞା ନାହିଁ। ସବୁଠୁ ବଡ଼ ସମସ୍ୟା ହେଉଛି କାର୍ଯ୍ୟାନୁଷ୍ଠାନ। ଏଣୁ ପୋଲିସ ଏଥିପ୍ରତି ସଜାଗ ରହିବା ଆବଶ୍ୟକ।






More Stories
୨୩ ଜଣଙ୍କୁ ଆତଙ୍କବାଦୀ ଘୋଷଣା କଲେ କେନ୍ଦ୍ର ସରକାର…..
ନୀତୀଶ ହେବେ ଉପ-ପ୍ରଧାନମନ୍ତ୍ରୀ !…..
ଦିଲ୍ଲୀରେ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…..