ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କ୍ରିମିନାଲ ଶ୍ରେଣୀର ଯଦି କୌଣସି ବ୍ୟକ୍ତି ନିର୍ବାଚନରେ ପ୍ରାର୍ଥୀ ହୁଏ, ତେବେ ଏନେଇ ସମସ୍ତ ତଥ୍ୟ ପ୍ରଦାନ କରିବାକୁ ପଡ଼ିବ । ରାଜନୈକ ଦଳ ପକ୍ଷରୁ ସମ୍ବାଦପତ୍ର, ଟେଲିଭିଜନ ଓ ୱେବସାଇଟ ମାଧ୍ୟମରେ ମତଦାତାଙ୍କୁ ଏନେଇ ଅବଗତ କରାଇବାକୁ ପଡ଼ିବ । ଏନେଇ ଦେଶର ମୁଖ୍ୟ ନିର୍ବାଚନ କମିଶନ ସୁଶୀଲ ଚନ୍ଦ୍ରା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଆସନ୍ତା ବର୍ଷ ପ୍ରାରମ୍ଭରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି ଜାରି ରହିଛି । ଏହି ଅବସରରେ ନିର୍ବାଚନ କମିଶନଙ୍କ ତରଫରୁ ବିଭିନ୍ନ ରାଜ୍ୟରେ ନିର୍ବାଚନୀ ସମୀକ୍ଷା କରାଯାଉଛି । ଏନେଇ ସିଇସି ଶ୍ରୀ ଚନ୍ଦ୍ରା ଓ କମିଶନର ରାଜୀବ କୁମାର, ଅନୁପ ଚନ୍ଦ୍ର ଦୁଇ ଦିନିଆ ଗୋଆ ଗସ୍ତରେ ଯାଇଛନ୍ତି । ସିଇସି ଶ୍ରୀ ଚନ୍ଦ୍ରା କହିଛନ୍ତି ଯେ, ପ୍ରାର୍ଥୀଙ୍କ ବିଷୟରେ ସବିଶେଷ ତଥ୍ୟ ମତଦାତାଙ୍କୁ ଜଣାଇବା ନିହାତି ଜରୁରୀ । ଏନେଇ ପାର୍ଟିମାନଙ୍କ ତରଫରୁ ବିଭିନ୍ନ ଗଣମାଧ୍ୟମରେ ସମସ୍ତ ବିବରଣୀ ପ୍ରଦାନ କରିବାକୁ ପଡ଼ିବ । ଏଥିସହ ମତଦାତାମାନେ ଜଣେ ସ୍ୱଚ୍ଛ ଚେହେରା ବ୍ୟକ୍ତି ଅପେକ୍ଷା ଅପରାଧିକ ରେକର୍ଡ ଥିବା ବ୍ୟକ୍ତିକୁ କାହିଁକି ନେତା ଭାବେ ବାଛିବେ, ତାହା ସ୍ପଷ୍ଟ କରିବାକୁ ପଡ଼ିବ । ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟଗୁଡ଼ିକର ସୀମାନ୍ତ ଅଞ୍ଚଳରେ ଦୃଷ୍ଟି ରଖାଯିବ । ଏଥିସହ ଯଦି କୌଣସି ଟ୍ରାଞ୍ଜାକସନ ସନ୍ଦେହ ଘେରକୁ ଆସେ ସଙ୍ଗେସଙ୍ଗେ ଜଣାଇବାକୁ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି






More Stories
ଇରାନ ସହ ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତୁତ…..
ସଂକଳ୍ପ ପତ୍ର ପ୍ରକାଶ କଲା ବିଜେପି…..
ବିଜୁ ବାବୁଙ୍କୁ ଟାର୍ଗେଟ୍ କରିନଥିଲି…..