Report Card Odisha

| Daily Odia News

ଆଇଏଏସ୍‌ ପୂଜା ଖେଦକରଙ୍କର ସବୁ ଦସ୍ତାବିଜ ଜାଲ୍‌……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ସମେତ ବିଭିନ୍ନ ଜାଲ୍‌ ଦସ୍ତାବିଜ ବ୍ୟବହାର କରି ଆଇଏଏସ୍‌ ହୋଇଥିବା ପୂଜା ଖେଦକରଙ୍କ ବିରୋଧରେ ୟୁପିଏସ୍‌ସି ଆପରାଧିକ ମାମଲା ରୁଜୁ କରିଛି। କମିସନ୍‌ ମଧ୍ୟ ପୂଜାଙ୍କ ପ୍ରାର୍ଥିତ୍ବ ରଦ୍ଦ କରିବା ସହ ଭବିଷ୍ୟତରେ ସେ ଯେମିତି ପରୀକ୍ଷାରେ ଦେଇପାରିବେନି ସେ ଦିଗରେ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ସମଗ୍ର ମାମଲାରେ ପୂଜାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ୟୁପିଏସ୍‌ସି ଏକ ବିବୃତି ଜାରି କରି କହିଛି ଯେ ପୂଜା ଖେଦକରଙ୍କ ମାମଲାରେ ପୁଙ୍ଖାନୁପୁଙ୍ଖ ତଦନ୍ତ ହୋଇଛି। ତଦନ୍ତରୁ ଏହା ଜଣାପଡ଼ିଛି ‌ଯେ ପୂଜା ପରୀକ୍ଷା‌ ନିୟମର ଉଲ୍ଲଂଘନ କରିଛନ୍ତି ଏବଂ ସେ ତାଙ୍କ ନିଜ ନାଁ ଓ ବାପା, ମା’ଙ୍କ ନାଁ , ତାଙ୍କ ଫଟୋଗ୍ରାଫ୍‌, ଦସ୍ତଖତ, ଇମେଲ୍‌ ଆଇଡି, ମୋବାଇଲ ନମ୍ବର ଏବଂ ଠିକଣା ସବୁକିଛି ଜାଲ୍‌ କରିଛନ୍ତି। ୟୁପିଏସ୍‌ସି ପୂଜାଙ୍କ ବିରୋଧରେ କେତେକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପର୍ଯ୍ୟାୟକ୍ରମେ ସମସ୍ତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଶେଷ ହେବ ବୋଲି ବିବୃତିରେ କୁହାଯାଇଛି। ପୂଜାଙ୍କ ବିରୋଧରେ ଆପରାଧିକ ମାମଲାରେ ଏଫ୍‌ଆଇଆର୍‌ ରୁଜୁ ହୋଇଥିବା ବେଳେ ରାଜ୍ୟ ସରକାର ମଧ୍ୟ ଏ ଦିଗରେ କେତେକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପୂଜାଙ୍କ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା-୨୦୨୨ ରଦ୍ଦ କରିବାପାଇଁ କମିସନ୍‌ଙ୍କ କାର୍ଯ୍ୟାନୁଷ୍ଠାନ ବାବଦରେ ପୂଜା କହିଛନ୍ତି ଯେ ଏ ବାବଦରେ ଆଗକୁ ଅଦାଲତରେ ହିଁ ଯାହାକିଛି ଫଏସଲା ହେବ। ପୂଜା କେବଳ ନକଲି ସାର୍ଟିଫିକେଟ୍‌ ଦେଇ ଆଇଏଏସ୍‌ ହୋଇନାହାନ୍ତି ବରଂ ପ୍ରଶିକ୍ଷଣ ସମୟ‌ରେ ରହି ବି ସେ କ୍ଷମତାର ଅପବ୍ୟବହାର କରିଛନ୍ତି। ପୁନେ ଜିଲ୍ଲାପାଳ ପୂଜାଙ୍କର କେତେକ ବେଆଇନ ପଦକ୍ଷେପ ‌ନେଇ ଅଭିଯୋଗ କରିବାପରେ ତାଙ୍କୁ ୱାଶିମକୁ ବଦଳି ହୋଇଥିଲା। ଏହାକୁ ନେଇ ପୂଜା ଜିଲ୍ଲାପାଳଙ୍କ ବିରୋଧରେ ନିର୍ଯାତନା ମାମଲା ରୁଜୁ କରିଥିଲେ।

Breaking News